Ten Convicted Over Killing of Congress Leaders: କଂଗ୍ରେସ ନେତାଙ୍କ ଉପରେ ୨୦୧୩ ମାଓବାଦୀ ଆକ୍ରମଣ ମାମଲା, ୧୦ ଜଣ ଦୋଷୀ ସାବ୍ୟସ୍ତ

Sep 05, 2026 - 18:13
Ten Convicted Over Killing of Congress Leaders: କଂଗ୍ରେସ ନେତାଙ୍କ ଉପରେ ୨୦୧୩ ମାଓବାଦୀ ଆକ୍ରମଣ ମାମଲା, ୧୦ ଜଣ ଦୋଷୀ ସାବ୍ୟସ୍ତ

ଛତିଶଗଡ଼ର ବସ୍ତର ଅଞ୍ଚଳରେ ୨୦୧୩ ମସିହାରେ ଘଟିଥିବା ଝିରମ ଘାଟି ମାଓବାଦୀ ଆକ୍ରମଣ ମାମଲାରେ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ଆକ୍ରମଣରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଏହା ଛତିଶଗଡ଼ର କଂଗ୍ରେସ ନେତୃତ୍ୱକୁ ପ୍ରାୟ ଛିନଛତ୍ର କରିଦେଇଥିଲା। ବସ୍ତର ଅଞ୍ଚଳର ଏକ ସ୍ୱତନ୍ତ୍ର ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) କୋର୍ଟ ଏହି ରାୟ ଦେଇଛନ୍ତି।

ସୁରକ୍ଷା ବାହିନୀ ଝିରମ ଘାଟି ଆକ୍ରମଣକୁ ବାମପନ୍ଥୀ ଉଗ୍ରବାଦର ସବୁଠାରୁ ଭୟଙ୍କର ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ୨୦୧୩ ମସିହା ମେ’ ୨୫ ତାରିଖରେ ବସ୍ତର ଜିଲ୍ଲାର ଦରଭା ଥାନା ଅଧୀନ ଝିରମ ଘାଟିରେ ଜାତୀୟ ରାଜପଥ ଉପରେ କଂଗ୍ରେସ ନେତାମାନଙ୍କ ଏକ କାରକେଡ୍‌କୁ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ।

କଂଗ୍ରେସ ନେତାମାନେ ପରିବର୍ତ୍ତନ ରାଲିରେ ଯୋଗଦେଇ ଫେରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ମୃତକଙ୍କ ମଧ୍ୟରେ ତତ୍କାଳୀନ ରାଜ୍ୟ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ, ତାଙ୍କ ପୁଅ ଦିନେଶ ପଟେଲ, ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ମହେନ୍ଦ୍ର କର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟା ଚରଣ ଶୁକ୍ଲ ଏବଂ ପୂର୍ବତନ ବିଧାୟକ ଉଦୟ ମୁଦଲିୟାରଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା ଥିଲେ। ଏହାଛଡ଼ା ଅନେକ ସାଧାରଣ

ନାଗରିକ ଓ ସୁରକ୍ଷାକର୍ମୀ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ।
ଜଗଦଲପୁରସ୍ଥିତ NIA ସ୍ୱତନ୍ତ୍ର କୋର୍ଟର ବିଚାରପତି ଅଭୟ ସିଂହ ରାଜପୁତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ଦୁଇଜଣ ମହିଳା ମଧ୍ୟ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।