Ten Officials Face Action Over Errors In School Textbooks: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୭୪୧ ତ୍ରୁଟି, ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର

Sep 25, 2026 - 16:37
Ten Officials Face Action Over Errors In School Textbooks: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୭୪୧ ତ୍ରୁଟି, ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର

ପ୍ରଥମରୁ ଅଷ୍ଟମ ଶ୍ରେଣୀ ନୂତନ ପୁସ୍ତକରେ ରହିଛି ୧୭୪୧ ତ୍ରୁଟି। ବିଧାନସଭାରେ ଉତ୍ତର ରଖିଲେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଣ ଜାରି ରହିଛି। ୧୭୫ କୋଟି ଟଙ୍କା  ଖର୍ଚ୍ଚ ହୋଇଛି। ବହି ତ୍ରୁଟି ପାଇଁ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୬ ସହ-ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ସହ-ନିର୍ଦ୍ଦେଶକ ନିଲମ୍ୱିତ ହୋଇଥିବା କହିଛନ୍ତି ମନ୍ତ୍ରୀ। ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସ୍କୁଲ୍ ଡ୍ରପ୍ ଆଉଟ୍ ହାର ନେଇ ମଧ୍ୟ ଲିଖିତ ଉତ୍ତର ରଖିଛନ୍ତି। ସାଗର ଦାସଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ୨୦୨୪-୨୫ରେ ସ୍କୁଲ୍ ଡ୍ରପ୍ ଆଉଟ୍ ହାର ୧୫ ପ୍ରତିଶତ ଥିଲା।

୨୦୨୫-୨୬ରେ ଏହା ୧୪.୧ ପ୍ରତିଶତକୁ ଖସିଛି। କୋରାପୁଟ, କଳାହାଣ୍ଡି, ବଲାଙ୍ଗିର, ରାୟଗଡ଼ାରେ ସର୍ବାଧିକ ଡ୍ରପ୍ ଆଉଟ୍ ହୋଇଛି। କୋରାପୁଟରେ ୯୭୫୮, ବଲାଙ୍ଗିରରେ ୬୯୭୨, କଳାହାଣ୍ଡିରେ ୬୮୨୦ ଜଣ ଅଧାରୁ ପାଠ ଛାଡିଛନ୍ତି। 

ନୂଆ ପୁସ୍ତକରେ ୧୭୪୧ ତ୍ରୁଟି: ମନ୍ତ୍ରୀ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ନୂତନ ପୁସ୍ତକରେ ୧୭୪୧ ତ୍ରୁଟି
ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଣ ଜାରି ରହିଛି, ଖର୍ଚ୍ଚ ହେଲାଣି ୧୭୫ କୋଟି ଟଙ୍କା
'ବହି ତ୍ରୁଟି ପାଇଁ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି'
'୬ ସହ-ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି'
'ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ସହ-ନିର୍ଦ୍ଦେଶକ ନିଲମ୍ୱିତ ହୋଇଛନ୍ତି'
ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।