Ten-Year-Old Girl Allegedly Molested During Temple: ମନ୍ଦିରରେ ଛୋଟ ଝିଅ ସହ ଏମିତି କାଣ୍ଡ, ସିସିଟିଭିରେ କଏଦ ହେଲା ଦୃଶ୍ୟ

Oct 14, 2026 - 11:02
Ten-Year-Old Girl Allegedly Molested During Temple: ମନ୍ଦିରରେ ଛୋଟ ଝିଅ ସହ ଏମିତି କାଣ୍ଡ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ପୁଣେ ମନ୍ଦିରରେ ୧୦ ବର୍ଷୀୟା ନାବାଳିକାଙ୍କ ସହ ଅସଦାଚରଣ ଅଭିଯୋଗ। ପୂଜା କରିବାକୁ ଯାଇଥିବା ବେଳେ ନାବାଳିକାଙ୍କ ସହ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ଅନୁସାରେ, ମହାରାଷ୍ଟ୍ରର ପୁଣେ ନିଗଡ଼ି ଅଞ୍ଚଳର ଏକ ମନ୍ଦିରକୁ ନାବାଳିକା ଜଣକ ଏକାକୀ ପୂଜା କରିବାକୁ ଯାଇଥିଲେ। ଅଭିଯୋଗ ଅନୁସାରେ, ମନ୍ଦିର ଭିତରେ ଝିଅଟି ଏକାକୀ ଥିବା ଦେଖି ବିଶାଲ ସିଂହ ନାମକ ଜଣେ ବ୍ୟକ୍ତି ଭିତରକୁ ପ୍ରବେଶ କରିଥିଲେ। ସେ ନାବାଳିକାଙ୍କୁ ଜୋରଜବରଦସ୍ତ ଧରି ଆଲିଙ୍ଗନ କରିବା ସହ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଭୟରେ ନାବାଳିକା ଚିତ୍କାର କରିବାରୁ ଅଭିଯୁକ୍ତ ସେଠାରୁ ଚାଲିଯାଇଥିଲେ।

ଘଟଣା ପରେ ନାବାଳିକା ଘରକୁ ଫେରି ପରିବାର ଲୋକଙ୍କୁ ସବୁକଥା ଜଣାଇଥିଲେ। ଏହାପରେ ପରିବାର ପକ୍ଷରୁ ନିଗଡ଼ି ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ବିଶାଲ ସିଂହଙ୍କୁ ଗିରଫ କରିଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି।

ଅଭିଯୁକ୍ତ ଜଣକ ଜଣେ ମେଟ୍ରୋ ଠିକାଦାରଙ୍କ ଅଧୀନରେ ଶ୍ରମିକ ଭାବେ କାମ କରୁଥିବା ଏବଂ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଏହି ଘଟଣା ପରେ ଶିଶୁଙ୍କ ସୁରକ୍ଷାକୁ ନେଇ ପୁଣି ଚିନ୍ତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।