Tension Erupts During Jatra Performance: ‘ସନାତନୀ’ ନାଟକର ଦୃଶ୍ୟକୁ ବିରୋଧ, ଯାତ୍ରା ମଞ୍ଚକୁ ଚେୟାର ମାଡ଼
ଯାତ୍ରା ମଞ୍ଚ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼। ଅପେରା ଯାଜ୍ଞସେନୀର ‘ସନାତନୀ’ ନାଟକର ଦୃଶ୍ୟକୁ ନେଇ ଦର୍ଶକଙ୍କ ବିରୋଧ। ଧର୍ମାନ୍ତରୀକରଣ ଦୃଶ୍ୟକୁ ନେଇ ଉତ୍ତେଜନା। କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ଯାତ୍ରା ପରିବେଷଣ ବେଳେ ହଙ୍ଗାମା।
ଗତକାଲି ଅପେରା ଯାଜ୍ଞସେନୀ ପକ୍ଷରୁ ‘ସନାତନୀ’ ନାଟକ ପରିବେଷଣ ହେଉଥିଲା। ଏହି ସମୟରେ ଅଭିନେତ୍ରୀ ତମସା, ଖଳନାୟକ ସନ୍ଦୀପଙ୍କ ସହ ଅନ୍ୟ ସହକଳାକାରମାନେ ଅଭିନୟ କରୁଥିଲେ। ଏତିକିବେଳେ ଏକ ସିନ୍ କୁ ନେଇ ଦର୍ଶକ ଉତ୍ତେଜିତ ହୋଇଥିଲେ। ଦୃଶ୍ୟକୁ ବିରୋଧ କରି କିଛି ଦର୍ଶକ ଷ୍ଟେଜ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିବା ଦେଖିବାକୁ ମିଳିଛି। ତେବେ ଘଟଣାକୁ ନେଇ ଯାତ୍ରା କମିଟି କିମ୍ବା କଳାକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।