Tension Over Cremation Denial ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ଶବସତ୍କାରକୁ ମିଳିଲାନି ଶ୍ମଶାନ, ଉତ୍ତେଜନା ଓ ପୁଲିସ ମୁତୟନ

Sep 15, 2026 - 21:34
Tension Over Cremation Denial ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ଶବସତ୍କାରକୁ ମିଳିଲାନି ଶ୍ମଶାନ, ଉତ୍ତେଜନା ଓ ପୁଲିସ ମୁତୟନ

"ରାଇଘର (ଦେବେନ୍ଦ୍ର ମିଶ୍ର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଧର୍ମାନ୍ତରୀକରଣ ଓ ଧର୍ମପରିବର୍ତ୍ତନକୁ ନେଇ ବିବାଦ ଲାଗିରହିଛି।

ରାଇଘର ଅଞ୍ଚଳର କେତେକ ଆଦିବାସୀ ନିଜର ମୂଳଧର୍ମ ଛାଡ଼ି ଖ୍ରୀଷ୍ଟିଆନ୍‌ ଧର୍ମ ଗ୍ରହଣ କରିଥିଲେ।

ସେମାନଙ୍କ ଶବସତ୍କାର ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରୁ ବାସନ୍ଦ ଆଦିକୁ ନେଇ ପ୍ରଶାସନ ଅନେକ ସମୟରେ ଜଟିଳ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ିଛି।

ଏହି କ୍ରମରେ ଆଜି ଏଭଳି ଧର୍ମପରିବର୍ତ୍ତନ କରିଥିବା ଜଣେ ବ୍ୟକ୍ତିଙ୍କୁ ଗାଁ ଶ୍ମଶାନରେ ଶବ ସତ୍କାର କରିବାକୁ ଅନୁମତି ନଦେବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି।

ଗତ ୩୦ ଘଣ୍ଟା ଧରି ଶବ ଗାଁ ଦାଣ୍ଡରେ ପଡ଼ିରହିଛି।

Advertisment ରାଇଘର ସୀମାନ୍ତ ଗରିଆବନ୍ଦ ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର, ଜଣେ ନକ୍ସଲ ମୃତ ରାଇଘର ବ୍ଲକର କଚରାପାରା -୩ ପଂଚାୟତ ଅନ୍ତର୍ଗତ ଓଡଣ୍ଡି ଗ୍ରାମର ଗାଗିରି ଗଣ୍ଡ (୫୦) ନିଜ ସ୍ୱାମୀ ମାଙ୍ଗ ଗଣ୍ଡଙ୍କ କିଛି ବର୍ଷ ପୂର୍ବେ ମୃତ୍ୟୁ ଘଟିଥିଲା।

ସେ ନିଜ ତିନିଝିଅ ଓ ଏକମାତ୍ର ପୁଅଙ୍କ ସହିତ ରହୁଛନ୍ତି l ଗାଗିରିଙ୍କ ପରିବାର କିଛି ବର୍ଷ ପୂର୍ବେ ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ପରିବର୍ତ୍ତନ କରିଥିଲେ।

ଗତକାଲି ଅପରାହ୍ନ ୪ଟା ସମୟରେ ଗାଗିରିଙ୍କ ମୃତ୍ୟୁ ଘଟିଥିଲା l ଖବର ପାଇ ଗାଗିରିଙ୍କ ବନ୍ଧୁ ବାନ୍ଧବ ଓଡଣ୍ଡି ଗାଁରେ ପହଂଚି ଯାଇଥିଲେ l ଗାଁ ମଶାଣୀ ରେ ଗାଗିରିଙ୍କ ଶବ ସତ୍କାର କରିବାକୁ ସମସ୍ତ ପ୍ରସ୍ତୁତ କରିବା ସମୟରେ ଗ୍ରାମବାସୀ ଏହାର ବାରଣ କରିଥିଲେ l ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ହାତାହାତି ମଧ୍ୟ ହୋଇଥିଲା।

ଗତକାଲି(ସୋମବାର) ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରି ନଥିଲା।

ଆଜି ମଧ୍ୟ ଗ୍ରାମରେ ଉତ୍ତେଜନା ରହିଥିବା ଦେଖି ପୂର୍ବାହ୍‌ଣରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଶିବାନୀ ନାୟକ, ପାପଡାହାଣ୍ଡି ଏସଡିପିଓ ସୁରଜିତ କାଣ୍ଡେଲ ଏବଂ ଉମରକୋଟ ଥାନା ଅଧିକାରୀ ଯୁଗଳ ଶବର ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ l  Review Meeting: ରାଇଘର ଓ ନବରଙ୍ଗପୁର ବ୍ଲକରେ ଶିଶୁ ମୃତ୍ୟୁ ସର୍ବାଧିକ କିନ୍ତୁ ଗାଗିରି ଧର୍ମ ପରିବର୍ତ୍ତନ କରିଥିବାରୁ ଗ୍ରାମରେ ତାଙ୍କ ଶବ ସତ୍କାର କରାଇ ନଦେବାକୁ ଗ୍ରାମବାସୀ ଜିଦ ଧରି ବସିଥିଲେ l ଖବର ଲେଖା ହେବା ସୁଦ୍ଧା ଶବଟି ପ୍ରାୟ ୩୦ଘଣ୍ଟାରୁ ଅଧିକ ହେବ ଘରେ ପଡ଼ିରହି ସତ୍କାର ହୋଇ ପାରିନଥିଲା l ବର୍ତ୍ତମାନ ରାତିରେ ଓଡଣ୍ଡି ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ଗୋଟାଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଥିବା ଜଣାପଡିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।