Teqball Men’s Doubles: ଏସୀୟ କ୍ରୀଡ଼ା: ଟେକ୍‌ବଲ୍‌ ପୁରୁଷ ଯୁଗଳରୁ ଭାରତ ବିଦା...

Sep 17, 2026 - 17:29
Teqball Men’s Doubles: ଏସୀୟ କ୍ରୀଡ଼ା: ଟେକ୍‌ବଲ୍‌ ପୁରୁଷ ଯୁଗଳରୁ ଭାରତ ବିଦା...

"ଆଇଚି-ନଗୋୟା: ଶନିବାରଠୁ ଆନୁଷ୍ଠାନିକ ଭାବେ ଏସୀୟ କ୍ରୀଡ଼ା ଆରମ୍ଭ ପୂର୍ବରୁ କିଛି ଖେଳ ଆରମ୍ଭ ହୋଇଛି।

ଟେକ୍‌ବଲ୍‌ରୁ ଭାରତ ଅଭିଯାନ ଆରମ୍ଭ କରିଥିଲା ବେଳେ ସଫଳତା ପାଇନି।

ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଡେକ୍ଲାନ ମାର୍ଶାଲ ଗୋନସାଲଭେସ୍‌ ଓ ମହମ୍ମଦ ଆନସ ଇମ୍ରାନ ବେଗ୍‌ ନିଜର ଗ୍ରୁପ୍‌ ପର୍ଯ୍ୟାୟର ୨ଟି ଯାକ ମ୍ୟାଚ୍‌ ହାରି କ୍ବାର୍ଟରଫାଇନାଲ୍‌ ପୂର୍ବରୁ ବିଦାୟ ନେଇଛନ୍ତି।

ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଯୋଡ଼ି ଭିଏତନାମ୍‌ର ଟ୍ରୌଙ୍ଗ ଜିଆଙ୍ଗ ବା ଓ ଆନ୍‌ ଖୋଆ ଲିଙ୍କଠୁ ୧୦-୧୨, ୮-୧୨ରେ ହାରିଥିଲେ।

ଦ୍ବିତୀୟ ମାଚ୍‌ରେ ଦକ୍ଷିଣ କୋରିଆର ଜୁନ୍‌ସୁକ୍‌ ଲି ଓ ତାଏବିନ୍‌ ଲିଙ୍କଠୁ ୪-୧୨, ୭-୧୨ରେ ପରାସ୍ତ ହୋଇଥିଲେ।Advertisment ଆହୁରି ପଢ଼ନ୍ତୁ- Stray Dog and Monkey Menace ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ କରୁଛନ୍ତି ଉପଦ୍ରବ ମହିଳା କ୍ରିକେଟ୍‌ ସେମିରେ ଶ୍ରୀଲଙ୍କା, ପାକିସ୍ତାନ ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟ୍‌ ପ୍ରତିଯୋଗିତା ଗୁରୁବାରଠୁ ଆରମ୍ଭ ହୋଇଛି।

ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ଶ୍ରୀଲଙ୍କା-ଚୀନ୍‌ ମ୍ୟାଚ୍‌ ବାତିଲ ହୋଇଥିଲା।

ଉଚ୍ଚ ମାନ୍ୟତାରେ ଥିବାରୁ ବିନା ପରିଶ୍ରମରେ ଶ୍ରୀଲଙ୍କା ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି।

ହେଲେ ପାକିସ୍ତାନ ଓ ଥାଇଲାଣ୍ଡ ମ୍ୟାଚ୍‌ ଓଦା ପଡ଼ିଆ ଯୋଗୁଁ ବିଳମ୍ବରେ ଖେଳାଯାଇଥିଲା।

ମ୍ୟାଚ୍‌ ୧୧ ଓଭର ବିଶିଷ୍ଟ ହୋଇଥିଲା ବେଳେ ପାକିସ୍ତାନ ୩ ୱିକେଟ୍‌ରେ ଜିତି ସେମିଫାଇନାଲ୍‌ରେ ପହଞ୍ଚିଛି।

ପ୍ରଥମେ ବ୍ୟାଟିଂ କରିଥିବା ଥାଇଲାଣ୍ଡ ନାନ୍ନାପାତ କୋଞ୍ଚାରୋଏଙ୍କାଇଙ୍କ ୪୯ ବଳରେ ୪ ୱିକେଟ୍‌ ହରାଇ ୯୧ ରନ୍‌ କରିଥିଲା।

ଜବାବରେ ପାକିସ୍ତାନ ୭ ୱିକେଟ୍‌ ହରାଇ ୨ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ବିଜେତା ଭାରତ ଶନିବାର ଜାପାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।