Terrifying Night in Forest: ଭୟଙ୍କର ଭୂସ୍ଖଳନରୁ ବର୍ତ୍ତିଲେ ୧୩ ଗ୍ରାମବାସୀ, ରାତିସାରା ଆତଙ୍କିତ ଅବସ୍ଥାରେ ଜଙ୍ଗଲରେ କାଟିଲେ

Oct 31, 2026 - 14:17
Terrifying Night in Forest: ଭୟଙ୍କର ଭୂସ୍ଖଳନରୁ ବର୍ତ୍ତିଲେ ୧୩ ଗ୍ରାମବାସୀ, ରାତିସାରା ଆତଙ୍କିତ ଅବସ୍ଥାରେ ଜଙ୍ଗଲରେ କାଟିଲେ

ଭୟଙ୍କର ଭୂସ୍ଖଳନରୁ ବର୍ତ୍ତିଲେ..

ରାତିସାରା ଦୀର୍ଘ ବାଟ ଜଙ୍ଗଲରେ ବୁଲିଲେ...

ଜଙ୍ଗଲରେ ଆତଙ୍କଭରା ରାତି କାଟିବା ପରେ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଲେ।

ଗଞ୍ଜାମରୁ ନିଖୋଜ ଥିବା ୧୩ ଜଣ ଲୋକ କନ୍ଧମାଳର ରିଲିଫ୍ କ୍ୟାମ୍ପରେ ନେଇଛନ୍ତି ଆଶ୍ରୟ।

ଗତ ୨୮ ତାରିଖ ରାତିରେ କନ୍ଧମାଳ ଜିଲ୍ଲା ଜି.

ଉଦୟଗିରି ବ୍ଲକ୍ କତିଙ୍ଗିଆ ପଞ୍ଚାୟତ କିଲାପାଙ୍ଗା ନିକଟ ପାହାଡ଼ରେ ହୋଇଥିଲା ବଡ଼ଧରଣର ଭୂସ୍ଖଳନ।

ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲା ବାଇବେଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ଘଟିଛି ବ୍ୟାପକ କ୍ଷୟକ୍ଷତି।

Advertisment ଜୀବନ ବଞ୍ଚାଇବାକୁ ଜଙ୍ଗଲକୁ ଦୌଡ଼ି ପଳାଇଥିବା ୧୩ ଜଣ ଗ୍ରାମବାସୀ ଦୀର୍ଘ କିଲୋମିଟର ଚାଲି କିଲାପାଙ୍ଗା ଆଶ୍ରୟସ୍ଥଳୀରେ ପହଞ୍ଚିଛନ୍ତି।

ଏହା ପରେ ସେ ଘଟଣା ଗୁଡିକର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି।

ସେପଟେ ଭୂସ୍ଖଳନରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ହରାଇଥିବା କହିଛନ୍ତି ଜଣେ ବିପନ୍ନ।

ଘଟଣା ସମ୍ପର୍କରେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା କହିଛନ୍ତି କନ୍ଧମାଳ ଜିଲ୍ଲାପାଳ।...

ଭୟଙ୍କର ଭୂସ୍ଖଳନରୁ ବର୍ତ୍ତିଲେ ୧୩ ଜଣ ରାତିସାରା ଜଙ୍ଗଲରେ ଦୀର୍ଘ ବାଟ ଚାଲିଲେ ଜଙ୍ଗଲରେ କଟିଲା ଆତଙ୍କଭରା ରାତି ମୃତ୍ୟୁକୁ ମାତ୍ ଦେଇ ଜଙ୍ଗଲରେ ରାତି କାଟିଲେ ୧୩ ଗ୍ରାମବାସୀ ଗିଡ଼ିପାବାଲି ଗାଁର ନିଖୋଜ ୧୩ ଜଣ ରିଲିଫ କ୍ୟାମ୍ପରେ ସୁରକ୍ଷିତ ଗଞ୍ଜାମରୁ ଆସି କନ୍ଧମାଳ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଲେ ୧୩ ବିପନ୍ନ କିଲାପାଙ୍ଗା ଗାଁରେ ହୋଇଥିବା ଆଶ୍ରୟସ୍ଥଳୀରେ ରହିଛନ୍ତି ନିଖୋଜ ୧୩ ଜଣ ଭୂସ୍ଖଳନରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସଂପର୍କୀୟ ମହିଳାଙ୍କ ସୂଚନା Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।