Theft: ଟ୍ରକ୍ ଡ୍ରାଇଭରଙ୍କୁ ସାହାଯ୍ୟ ବାହାନାରେ ଲୁଟ୍, ୨ ଅଭିଯୁକ୍ତ ଗିରଫ
"ଜୟପୁର(ଦେବାଶିଷ ସାହୁ): ସାହାଯ୍ୟ କରିବା ବାହାନାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଘଟଣାରେ ଟାଉନ୍ ଥାନା ପୁଲିସକୁ ସଫଳତା ମିଳିଛି।
ପୁଲିସ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ନଗଦ ୩୦ ହଜାର ଟଙ୍କା ଓ ୨ଟି ମୋବାଇଲ୍ ଜବତ କରିଛି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଗଡ଼ପଦର ହରିଜନ ସାହିର ଗୋଲ୍ଡି ସେଖ୍(୨୪) ଏବଂ ପେପର୍ ମିଲ୍ ଅଞ୍ଚଳର ସି.ଏଚ୍.
କ୍ରାନ୍ତି(୨୦)।Advertisment ଜୟପୁର ନିକଟରେ ଗାଡ଼ି ଖରାପ ସୂଚନା ଅନୁସାରେ, ମହାରାଷ୍ଟ୍ରର ଜଣେ ଟ୍ରକ୍ ଡ୍ରାଇଭର ଭୁବନେଶ୍ୱରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ସମୟରେ ଜୟପୁର ନିକଟରେ ତାଙ୍କ ଗାଡ଼ିଟି ଖରାପ ହୋଇଥିଲା।
ସ୍ଥାନୀୟ ଅଞ୍ଚଳ ବିଷୟରେ ଡ୍ରାଇଭର ଅଜଣା ଥିବାରୁ ସେ ଗାଡ଼ି ମରାମତି ପାଇଁ ଗୋଲ୍ଡି ସେଖ୍ ଓରଫ୍ ଗୌରାଙ୍ଗ ନାମକ ଜଣେ ଯୁବକଙ୍କ ସାହାଯ୍ୟ ଲୋଡ଼ିଥିଲେ।
ଗୌରାଙ୍ଗ ଡ୍ରାଇଭରଙ୍କ ସହ ଦୁଇ ତିନି ଦିନ ଗ୍ୟାରେଜ୍ ବୁଲିବା ଭିତରେ ଖିଆପିଆ ଓ ଅନ୍ୟାନ୍ୟ ଖର୍ଚ୍ଚ ସମୟରେ ଡ୍ରାଇଭରଙ୍କ ଫୋନ୍ପେ ପାସୱାର୍ଡ ଚତୁରତାର ସହ ଦେଖି ନେଇଥିଲା।
ଏହାପରେ ସେ ନିଜର ଅନ୍ୟ ତିନି ଜଣ ସହଯୋଗୀଙ୍କୁ ଡାକି ଟ୍ରକ୍ ଡ୍ରାଇଭରଙ୍କୁ ମାରପିଟ୍ କରିବା ସହ ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ।
ପରେ ସେହି ମୋବାଇଲ୍ ମାଧ୍ୟମରେ ପ୍ରାୟ ୯୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରି ସେଠାରୁ ଚମ୍ପଟ ମାରିଥିଲା।
ଏ ନେଇ ଗତ ଅଗଷ୍ଟ ୧୪ ତାରିଖରେ ଜୟପୁର ଟାଉନ୍ ଥାନାରେ କେଶ୍ ନଂ ୩୧୫/୨୬ ରେ ମାମଲା ରୁଜୁ ହୋଇଥିଲା।
Husband: ବାରିପଦାରେ ଚାଞ୍ଚଲ୍ୟ: ସ୍ତ୍ରୀର ବେକକୁ ଛୁରିରେ କାଟି ହତ୍ୟା ଉଦ୍ୟମ କଲା ସ୍ବାମୀ ତଦନ୍ତକାରୀ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଘଟଣାରେ ସଂପୃକ୍ତ ଗୋଲ୍ଡି ସେଖ୍ ଓ ସି.ଏଚ୍.
କ୍ରାନ୍ତିଙ୍କୁ କାବୁ କରିଥିଲା।
ଦୁଇ ଅଭିଯୁକ୍ତଙ୍କ ଠାରୁ ଚୋରି ହୋଇଥିବା ୯୦ ହଜାର ଟଙ୍କାରୁ ୩୦ ହଜାର ଟଙ୍କା ଏବଂ ୨ଟି ମୋବାଇଲ୍ ଜବତ କରାଯାଇଛି।
ଶନିବାର ଉଭୟଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଟାଉନ୍ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।
ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଫେରାର୍ ଥିବାରୁ ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।