Theft: ହାଇସ୍କୁଲରେ କଳାକନା ବୁଲେଇଲେ ଚୋର, ୩୦ରୁ ୩୫ ହଜାର ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ
"ବାଲିପାଟଣା: ବାଲିପାଟଣା ବ୍ଲକ ପୂବାଗଦ ସ୍ଥିତ ପଞ୍ଚାୟତ ହାଇସ୍କୁଲରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଗତକାଲି ବିଳମ୍ବିତ ରାତିରେ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଫାଟକ ଏବଂ ରୁମ ଗେଟ ତାଲା ଭାଙ୍ଗି ନଗଦ ୩୦ ରୁ ୩୫ ହଜାର ଟଙ୍କାଲୁଟି ନେଇଛନ୍ତି| ଦୁର୍ବୃତ୍ତମାନେ ପ୍ରଧାନ ଶିକ୍ଷକଙ୍କ ମୁରଲୀ ମୋହନ ବିଶ୍ୱାଳଙ୍କ ପ୍ରକୋଷ୍ଠ ଏବଂ ଟେବୁଲ ଡ୍ର ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି | ୨ଟି ତାଲା ଭାଙ୍ଗି ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ବ୍ୟବହାର କରୁଥିବା ହାତୁଡ଼ି ଛାଡ଼ି ପଳେଇଛନ୍ତି | ସ୍କୁଲରେ ଲାଗିଥିବା ସିସି ଟିଭିରେ ଲୁଟେରାଙ୍କ ଚେହେରା କଏଦ ହୋଇଛି | ବିଦ୍ୟାଳୟରେ ଲାଗିଥିବା ୱାଇ ଫାଇ ସିଷ୍ଟମ ଦୁର୍ବୃତ୍ତମାନେ କାଢି ନେଇଛନ୍ତି | ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ବିଦ୍ୟାଳୟରେ ଉତ୍ପାତ କରିଥିବା ଜଣା ପଡିଛି |Advertisment ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ଶୌଚାଳୟରେ ଲାଗିଥିବା ପାଣି ମୋଟର ଖୋଲିଥିବା ବେଳେ ନେଇ ପାରି ନାହାନ୍ତି | ସ୍କୁଲ ପାଚେରୀ ଡେଇଁ ହତା ଭିତରେ ପଶିଥିବା ଅନୁମାନ କରାଯାଉଛି | ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ପୁଲିସ ଏ ଯାଏଁ ତଦନ୍ତ କରି ନ ଥିବା ଜଣା ପଡିଛି | ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ହାତୁଡି ଏବଂ ସିସି ଟିଭି ଦୃଶ୍ୟ ଆଧାରରେ ପୁଲିସ ତଦନ୍ତ କଲେ ଚୋରଙ୍କ ଠିକଣା ମିଳିଯିବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି | BJP: ଓଡ଼ିଶା ବନ୍ଦକୁ ନେଇ ବିଜେଡିର ୟୁ ଟର୍ଣ୍ଣ, କଟାକ୍ଷ କଲା ବିଜେପି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।