Theft: ହାତିଖମ୍ବାରେ ପାଗଳ ବାବାଙ୍କ ପିତଳ ମୂର୍ତ୍ତି ଚୋରି, ବାରମ୍ବାର ଚୋରି ଘଟଣାକୁ ନେଇ ଭକ୍ତଙ୍କ ଉଦ୍‌ବେଗ

Oct 28, 2026 - 11:56
Theft: ହାତିଖମ୍ବାରେ ପାଗଳ ବାବାଙ୍କ ପିତଳ ମୂର୍ତ୍ତି ଚୋରି, ବାରମ୍ବାର ଚୋରି ଘଟଣାକୁ ନେଇ ଭକ୍ତଙ୍କ ଉଦ୍‌ବେଗ

ମୁକୁନ୍ଦପୁର(ନରେନ୍ଦ୍ର ନିଶାଲ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ହାତିଖମ୍ବା ଗ୍ରାମରେ ଥିବା ପାଗଳ ବାବାଙ୍କ ମନ୍ଦିର ରୁ ବାବାଙ୍କ ପିତଳ ମୂର୍ତ୍ତି ସହ ଅନ୍ୟାନ୍ୟ ପୂଜା ସାମଗ୍ରୀ ଚୋରି ହୋଇଥିବା ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

ଗତକାଲି ରାତିରେ ଦୁର୍ବୃତ୍ତମାନେ ମନ୍ଦିରରୁ ବାବାଙ୍କ ପିତଳ ମୂର୍ତ୍ତି ସମେତ ବିଭିନ୍ନ ପୂଜା ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି।

Advertisment ସୂଚନା ଅନୁଯାୟୀ, ଗତ ଶନିବାର ଦିନ ମଧ୍ୟ ଏହି ମନ୍ଦିରରୁ ବହୁ ପୂଜା ସାମଗ୍ରୀ ଚୋରି ହୋଇଥିବା ନେଇ ମୁକୁନ୍ଦପୁର ଫାଣ୍ଡିରେ ଏତଲା ଦିଆଯାଇଥିଲା।

ଏହାର କିଛି ଦିନ ପରେ ପୁନର୍ବାର ମୂର୍ତ୍ତି ଚୋରି ଘଟଣା ଘଟିବା ଭକ୍ତଙ୍କ ଭାବାବେଗକୁ ଆଘାତ ଲାଗିଛି।

ମନ୍ଦିରରୁ ବାରମ୍ବାର ପୂଜା ସାମଗ୍ରୀ ଚୋରି ହେଉଥିବାରୁ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ଏକ ଲୁହା ରଡ୍ ଓ ଲୁହା କାଟିବା ବ୍ଲେଡ ସାହାଯ୍ୟରେ ତାଲା ଭାଙ୍ଗି ମନ୍ଦିରରେ ଥିବା ମୂର୍ତ୍ତି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି।

ଏହି ଚୋରି ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଯାଇଛି।

ମନ୍ଦିରଟି ମୁକୁନ୍ଦପୁର ଫାଣ୍ଡି ଅଧୀନରେ ଆସୁଥିବାରୁ ଘଟଣାର ତଦନ୍ତ କରି ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ଦୋଷୀଙ୍କୁ ଚିହ୍ନଟ କରିବାକୁ ଦାବି ହୋଇଛି।

ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ପହଞ୍ଚାଇଛି ଧାର୍ମିକ ସ୍ଥଳରୁ ଏଭଳି ଚୋରି ଘଟଣା ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ପହଞ୍ଚାଇଛି।

ତେଣୁ ରାତ୍ରିକାଳୀନ ପୁଲିସ ପାଟ୍ରୋଲିଂ ବଢ଼ାଇବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ପୁଲିସ ତଦନ୍ତ ପରେ ହିଁ ଏହି ଘଟଣାର ସତ୍ୟତା ଓ ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ତେଣୁ ପୁଲିସ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।