Three Bears Enter Villages: ଗାଁରେ ଭାଲୁ ଆତଙ୍କ, ଭୟଭୀତ ଗ୍ରାମବାସୀଙ୍କୁ ସତର୍କ କଲା ବନ ବିଭାଗ

Sep 29, 2026 - 09:30
Three Bears Enter Villages: ଗାଁରେ ଭାଲୁ ଆତଙ୍କ, ଭୟଭୀତ ଗ୍ରାମବାସୀଙ୍କୁ ସତର୍କ କଲା ବନ ବିଭାଗ

ଗାଁରେ ବୁଲୁଛି ଭାଲୁ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସିଲଭା ପଞ୍ଚାୟତର ବିଭିନ୍ନ ଗାଁରେ ଏକ ମାଈ ଭାଲୁ ଓ ଦୁଇ ଛୁଆ ଭାଲୁ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି।  କିଛି ଦିନ ହେବ ରାତିରେ ବୁଲୁ ଥିବା ଦେଖିବାକୁ ମିଳିଛି l ଗତ ରାତିରେ ବାଞ୍ଜିବାହାଲ ଓ ବରପଦର ଗାଁ ପାଖରେ ୩ ଗୋଟି ଭାଲୁ ବୁଲୁଥିଲେ l ସୂଚନା ପାଇ କୋମନା ଓ ନୂଆପଡ଼ା ବନ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭାଲୁଙ୍କୁ ଘଉଡ଼ାଇ ଜଙ୍ଗଲକୁ ପଠାଇ ଥିଲେ। ଭାଲୁ ବୁଲୁ ଥିବାରୁ ବନ ବିଭାଗ ଲୋକଙ୍କୁ ସଚେତନ କରୁଛି l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।