Three Deaths Reported ଗୋଟିଏ ଦିନରେ ୨ ନାବାଳକଙ୍କ ସମେତ ୩ ଆତ୍ମହତ୍ୟା
"ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଆଜି (ମଙ୍ଗଳବାର) ପୃଥକ ପୃଥକ ସ୍ଥାନରେ ଜଣେ ନାବାଳକ ଓ ଜଣେ ନାବାଳିକା ସମେତ ତିନିଜଣ ଆତ୍ମହତ୍ୟା କରିଛନ୍ତି।
Advertisment Tankapani Bridge: ଟଙ୍କପାଣି ବ୍ରିଜ୍ ଉପରେ ଯୁବକଙ୍କ ହାଇଡ୍ରାମା: ପୁଲିସ ବିରୋଧରେ ଅଭିଯୋଗ ଆଣି ଆତ୍ମହତ୍ୟା ଉଦ୍ୟମ ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଦଡା ଗ୍ରାମର ସ୍ବର୍ଗତ ସନ୍ତୋଷ କୁମାର ବିନ୍ଧଣୀଙ୍କ ନାବାଳିକା ଝିଅ ଶିବାନୀ(୧୬) କୌଣସି କାରଣରୁ ନିଜ ଘର ଭିତରେ ବେକରେ ଓଢଣୀ ଦେଇ ଫାଶୀ ହୋଇଛନ୍ତି।
ସୂଚନାପାଇ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ଏନେଇ ଥାନାରେ କେସ ନଂ ୨୮/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
Murder in Bihar: ଭଉଣୀକୁ ଗୁଳି କରି ମାରିଲା ଭାଇ, ପରେ ନିଜେ କରିଦେଲା ଆତ୍ମହତ୍ୟା!
ଅନ୍ୟ ଏକ ଘଟଣାରେ, ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଇରଙ୍ଗପୁର ପୌର ପରିଷଦର ୱାର୍ଡ ନଂ ୫ ର ଓମପ୍ରକାଶ ରାମ୍ ଙ୍କ ପୁଅ ଅରବିନ୍ଦ ରାମ (୪୨) ଙ୍କ ଝୁଲନ୍ତା ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର ହୋଇଛି ।
ପୁଲିସ ଶବକୁ ଜବତ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏନେଇ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
IIT Bombay: ଛାତ୍ର ଆତ୍ମହତ୍ୟା ବିବାଦ: ପ୍ରଫେସର୍ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଡିନ୍ ପଦରୁ ହଟାଇଲା ଆଇଆଇଟି ବମ୍ବେ ବାଦାମ ଥାନା ତଥା ସୁଲେଇପାଟ୍ ଫାଣ୍ଡି ଅନ୍ତର୍ଗତ ମୁରୁମଡିହି ଗ୍ରାମର ମହାବୀର ପାତ୍ରଙ୍କ ନାବାଳକ ପୁଅ ଦୀପକ କୁମାର ପାତ୍ର (୧୬) ଘର ଭିତରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୁଲେଇପାଟ୍ ପୁଲିସ ଖବର ପାଇ ଶବକୁ ଜବତ କରି ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଏନେଇ ବାଦାମପାହାଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।