Three More Bodies Found: ଗିଡ଼ିପାବାଲି ଭୂସ୍ଖଳନରୁ ଆଉ ୩ ମୃତଦେହ ଠାବ, ମହିଳା-ବାଳକ ଓ ଶିଶୁଙ୍କ ମୃତଦେହ ଚିହ୍ନଟ

Nov 05, 2026 - 16:15
Three More Bodies Found: ଗିଡ଼ିପାବାଲି ଭୂସ୍ଖଳନରୁ ଆଉ ୩ ମୃତଦେହ ଠାବ, ମହିଳା-ବାଳକ ଓ ଶିଶୁଙ୍କ ମୃତଦେହ ଚିହ୍ନଟ

ଭଞ୍ଜନଗରର ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ଆସିଛି ପୁଣି ହୃଦୟବିଦାରକ ଖବର।

ଭୂସ୍ଖଳନ ପରେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଦୀର୍ଘଦିନ ଧରି ଚାଲିଥିବା ସନ୍ଧାନ ଅଭିଯାନ ମଧ୍ୟରେ ଆଉ ୩ଟି ମୃତଦେହ ଠାବ କରାଯାଇଛି।

Advertisment ସର୍ବଶେଷ ସୂଚନା ଅନୁସାରେ, ଠାବ ହୋଇଥିବା ମୃତଦେହ ମଧ୍ୟରେ ଜଣେ ମହିଳା, ଜଣେ ବାଳକ ଏବଂ ଜଣେ ଶିଶୁ ରହିଛନ୍ତି।

ଉଦ୍ଧାରକାରୀ ଦଳ ବାଳକର ମୃତଦେହକୁ ମାଟି ଓ ପଥର ତଳୁ ବାହାର କରିଥିବାବେଳେ ଆଉ ୨ଟି ମୃତଦେହକୁ ଠାବ କରାଯାଇଛି।

ସେଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି।

ଗିଡ଼ିପାବାଲିରେ ଭୟଙ୍କର ଭୂସ୍ଖଳନ ପରେ ସମଗ୍ର ଅଞ୍ଚଳ ମାଟି, ବଡ଼ ବଡ଼ ପଥର ଓ ଗଛ ତଳେ ପୋତି ହୋଇଯାଇଥିଲା।

ଏହା ପରେ ନିଖୋଜ ଲୋକଙ୍କ ସନ୍ଧାନରେ ବିଭିନ୍ନ ଉଦ୍ଧାରକାରୀ ସଂସ୍ଥା ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା।

Advertisment ସପ୍ତାହେ ହେଲାଣି ଘଟଣାସ୍ଥଳରେ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ ଚାଲିଛି।

ଦୁର୍ଗମ ପାହାଡ଼ିଆ ଅଞ୍ଚଳ, ଅସ୍ଥିର ମାଟି ଓ ବିଶାଳ ପଥର ଉଦ୍ଧାର କାର୍ଯ୍ୟକୁ ଅତ୍ୟନ୍ତ କଷ୍ଟସାଧ୍ୟ କରିଛି।

ତଥାପି ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ନିରନ୍ତର ପ୍ରୟାସ ଚାଲିଛି।

ପୂର୍ବରୁ ମଧ୍ୟ ଏହି ଭୂସ୍ଖଳନ ସ୍ଥଳରୁ ୨ଟି ମୃତଦେହ ଉଦ୍ଧାର ହୋଇଥିଲା।

ଏବେ ଆଉ ୩ଟି ମୃତଦେହ ଠାବ ହେବା ପରେ ଘଟଣାର ଭୟାବହତା ଆହୁରି ସ୍ପଷ୍ଟ ହୋଇଛି।

ଭୂସ୍ଖଳନରେ ଘରଦ୍ୱାର ହରାଇଥିବା ଓ ପରିବାର ସଦସ୍ୟଙ୍କ ସନ୍ଧାନରେ ଥିବା ଲୋକଙ୍କ ମଧ୍ୟରେ ଏବେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ଠାବ ହୋଇଥିବା ଅନ୍ୟ ୨ଟି ମୃତଦେହକୁ ଉଦ୍ଧାର କରିବା ସହ ନିଖୋଜ ଲୋକଙ୍କ ସନ୍ଧାନ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଗିଡ଼ିପାବାଲିରେ ମିଳିଲା ଆଉ ୩ ମୃତଦେହ..

ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ଆଉ ୩ ମୃତଦେହ ଠାବ..

ଜଣେ ମହିଳା, ବାଳକ ଓ ଶିଶୁର ମୃତଦେହ ଉଦ୍ଧାରକାରୀ ଦଳ ଦ୍ବାରା ଠାବ..

ବାଳକର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୨ଟି ମୃତଦେହ ଠାବ..

ସପ୍ତାହେ ହେଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ..

ପୂର୍ବରୁ ୨ଟି ମୃତଦେହ ମିଳିଥିଲା..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।