Three Odia Tourists Go Missing in Nepal: ନେପାଳରେ ତିନି ଓଡ଼ିଆ ନିଖୋଜ, ଚିନ୍ତାରେ ପରିବାର

Aug 27, 2026 - 17:12
Three Odia Tourists Go Missing in Nepal: ନେପାଳରେ ତିନି ଓଡ଼ିଆ ନିଖୋଜ, ଚିନ୍ତାରେ ପରିବାର

ନେପାଳରେ ତିନି ଜଣ ଓଡ଼ିଆ ନିଖୋଜ ହୋଇଥିବା ଖବରକୁ ନେଇ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଚିନ୍ତା ବଢିଛି। ନିଖୋଜ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜର ବାରିପଦା ଅଞ୍ଚଳର ବୋଲି ଜଣାପଡ଼ିଛି।

ଖୋର୍ଦ୍ଧାର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ନେପାଳ ଯାତ୍ରାରେ ଯାଇଥିଲେ। ପତ୍ନୀଙ୍କ ସହ ବୁଲିବା ପାଇଁ ସନ୍ଦୀପ ନେପାଳ ଯାଇଥିବା ସୂଚନା ମିଳିଛି। ତେବେ ନେପାଳରେ ଥିବା ସମୟରୁ ଉଭୟଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି।

ସେହିପରି ମୟୂରଭଞ୍ଜ ଜିଲ୍ଲା ବାରିପଦାର ଯୁବତୀ କୁଲସାମ ନିଗାର୍ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କୁଲସାମ ନେପାଳର ପୋଖରାରେ ଥିଲେ। ଏହାପରେ ତାଙ୍କ ସମ୍ପର୍କରେ କୌଣସି ଖୋଜଖବର ମିଳୁନଥିବାରୁ ପରିବାରରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି।

ନେପାଳରେ ତିନି ଜଣ ଓଡ଼ିଆଙ୍କ ନିଖୋଜ ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କ ସନ୍ଧାନ ଓ ସେମାନଙ୍କ ସୁରକ୍ଷିତ ଫେରିବା ନେଇ ଆଶା ରଖିଛନ୍ତି।

ନେପାଳରେ ତିନି ଓଡ଼ିଆ ନିଖୋଜ
ଖୋର୍ଦ୍ଧାର ୨ ଓ ବାରିପଦାର ଜଣେ ନିଖୋଜ
ଖୋର୍ଦ୍ଧାର ସନ୍ଦୀପ ମହାପାତ୍ର ଓ ପତ୍ନୀ ସିଦ୍ଧାର୍ଥୀ କୁମାରୀ ନିଖୋଜ
ମୟୂରଭଞ୍ଜର ଯୁବତୀ କୁଲସାମ ନିଗାର୍ ନିଖୋଜ 
ନେପାଳର ପୋଖରାରେ ଥିଲେ କୁଲସାମ
ସ୍ତ୍ରୀ ସିଦ୍ଧାର୍ଥୀଙ୍କ ସହ ବୁଲିବାକୁ ଯାଇଥିଲେ ସନ୍ଦୀପ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।