Tiger: ବାଘ ଆକ୍ରମଣରୁ ସୁରକ୍ଷା ଦେବ ‘ବାଘ୍’
"ପଶ୍ଚିମବଙ୍ଗର ହେନ୍ତାଳ ବଣ ସୁନ୍ଦରବନ ବାଘର ବିଚରଣସ୍ଥଳୀ ଭାବେ ସାରା ପୃଥିବୀରେ ଜଣାଶୁଣା।
ବିଶେଷ କରି ଏଠାରେ ରହୁଥିବା ରୟାଲ୍ ବେଙ୍ଗଲ୍ ଟାଇଗର୍ ପ୍ରଜାତିକୁ ସମସ୍ତେ ଜାଣନ୍ତି।
ତେବେ ଏହାର ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀ, ମହୁ ଓ କଙ୍କଡ଼ା ସଂଗ୍ରହକାରୀ ବେଳେବେଳେ ବାଘ ମୁହଁରେ ପଡ଼ି ଜୀବନ ହରାଉଥିବା ଘଟଣା ମଧ୍ୟ କମ୍ ନୁହେଁ।
ବେଳେବେଳେ ବନରକ୍ଷୀମାନେ ବି ବାଘର ଶିକାର ହୋଇଥାନ୍ତି।
ଏହାକୁ ନଜରରେ ରଖି ବାଘଠାରୁ ସୁରକ୍ଷିତ ରହିବାର ଏକ ବାଟ ବାହାର କରିଛନ୍ତି କୋଲକାତାର ସିଷ୍ଟର୍ ନିବେଦିତା ବିଶ୍ୱବିଦ୍ୟାଳୟର ଏକ ଗବେଷକ ଦଳ।
ତାହା ହେଉଛି, ଏକ ଅଭିନବ ହାଲୁକା ସୁରକ୍ଷା ଉପକରଣ।
ଏହାକୁ "ବାଘ୍" (ବାଇଟ୍ ଆଭଏଡାନ୍ସ ଗାର୍ଡ ହେଲ୍ମେଟ୍) ଭାବେ ନାମିତ କରାଯାଇଛି।Advertisment Health: କେୟାର ହସ୍ପିଟାଲ୍-ନାଲ୍କୋର ପଦଯାତ୍ରା "ବାଘ୍" ହେଉଛି ଏକ ଗୋଲାକାର ହେଲ୍ମେଟ୍ ଯାହା ପରିଧାନକାରୀଙ୍କ ମୁଣ୍ଡ, ମୁହଁ, ବେକ, କାନ୍ଧ ଓ ତା" ଉପରି ଭାଗକୁ ଆଚ୍ଛାଦିତ କରିପାରିବ।
ଷ୍ଟେନ୍ଲେସ୍ ଷ୍ଟିଲ୍ ଓ ଫୋମ୍ ଆଦିରେ ତିଆରି ହୋଇଥିବା ଏହି କବଚକୁ ବାଘଠାରୁ ପ୍ରାଥମିକ ସୁରକ୍ଷା ଉପକରଣ ଭାବେ ବ୍ୟବହାର କରାଯାଇପାରିବ।
ଏହାର କାରଣ ହେଲା ବାଘ ସବୁବେଳେ ପ୍ରଥମେ ମଣିଷର ମୁଣ୍ଡ ଓ କାନ୍ଧ ଉପରେ ଆକ୍ରମଣ କରିଥାଏ।
ନିକଟରେ ସିଷ୍ଟର୍ ନିବେଦିତା ବିଶ୍ୱବିଦ୍ୟାଳୟ ପକ୍ଷରୁ ପଶ୍ଚିମବଙ୍ଗ ବନ୍ୟପ୍ରାଣୀ ବିଭାଗ ଓ ସୁନ୍ଦରବନ ବ୍ୟାଘ୍ର ଅଭୟାରଣ୍ୟ ଅଧିକାରୀଙ୍କ ଆଗରେ ଏହି ଉପକରଣ ପ୍ରଦର୍ଶନ କରାଯାଇଥିଲା ଏବଂ ଏହାକୁ ସବୁଜ ସଙ୍କେତ ମିଳିଛି। "ବାଘ୍"ର ଅଧିକ ଉତ୍ପାଦନ ଲାଗି ପ୍ରାୟୋଜକ ଖୋଜା ଯାଉଥିବା ଜଣାପଡ଼ିଛି।
ସରକାରଙ୍କ ସୂଚନା ଅନୁସାରେ, ୨୦୨୧ରୁ ୨୦୨୬ ମଧ୍ୟରେ ସୁନ୍ଦରବନ ବ୍ୟାଘ୍ର ଅଭୟାରଣ୍ୟ ଭିତରେ ବାଘ ଆକ୍ରମଣରେ ୩୦ରୁ ଅଧିକ ପ୍ରାଣହାନି ଘଟିଲାଣି।
Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।