Tiger Shroff Firing Case: ଟାଇଗର ଶ୍ରଫ୍ ଗୁଳିମାଡ଼ ମାମଲାରେ ବଡ଼ ଖୁଲାସା, ଡେଡ୍ ଲେଟର୍ ବକ୍ସରୁ ଆସିଥିଲା ବନ୍ଧୁକ!

Oct 21, 2026 - 14:37
Tiger Shroff Firing Case: ଟାଇଗର ଶ୍ରଫ୍ ଗୁଳିମାଡ଼ ମାମଲାରେ ବଡ଼ ଖୁଲାସା, ଡେଡ୍ ଲେଟର୍ ବକ୍ସରୁ ଆସିଥିଲା ବନ୍ଧୁକ!

ଟାଇଗର୍ ଶ୍ରଫଙ୍କୁ ନେଇ ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା। ବନ୍ଧୁକ ଯୋଗାଣ କରୁଥିବା ସିଣ୍ଡିକେଟକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସୁଟରଙ୍କୁ ବନ୍ଧୁକ ହାତାହାତି ଯୋଗାଇ ଦିଆଯାଇ ନଥିଲା। ଏକ ଡେଡ୍ ଲେଟର୍ ବକ୍ସ ମାଧ୍ୟମରେ ଯୋଗାଇ ଦିଆଯାଇଥିଲା ବନ୍ଧୁକ। ଡେଡ୍ ଲେଟର୍ ବକ୍ସ ଏପରି ଏକ ଗୁପ୍ତ ଠିକଣା, ଯେଉଁଠାରେ କୌଣସି ବ୍ୟକ୍ତି ପୂର୍ବରୁ ଅସ୍ତ୍ରଶସ୍ତ୍ର ରଖିଦିଏ। ପରେ ଅନ୍ୟ ଜଣେ ବ୍ୟକ୍ତି ସେଠାରୁ ତାକୁ ସଂଗ୍ରହ କରେ। ଏହି କାରବାର ସମୟରେ ଦୁଇଜଣଯାକ କେବେବି ଆମନା-ସାମନା ହୁଅନ୍ତି ନାହିଁ।

ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକଗୁଡ଼ିକୁ ପଞ୍ଜାବର ଅମୃତସର ସ୍ଥିତ ଏକ ଗୁପ୍ତ ସ୍ଥାନରେ ଡେଡ୍ ଲେଟର୍ ବକ୍ସ ପଦ୍ଧତିରେ ରଖାଯାଇଥିଲା। ସେଠାରୁ ବନ୍ଧୁକ ଯୋଗାଣକାରୀ ସିଣ୍ଡିକେଟ୍ ର ସଦସ୍ୟମାନେ ଅସ୍ତ୍ର ସଂଗ୍ରହ କରି ଆକ୍ରମଣକାରୀଙ୍କ ପାଖକୁ ପଠାଇଥିଲେ। ତେବେ ଏହି ଅସ୍ତ୍ର କିଏ ରଖିଥିଲା ? କିଏ ଏହାକୁ ସଂଗ୍ରହ କରିଥିଲା ? ଆଉ ଏହି ଅସ୍ତ୍ର ଯୋଗାଣ ସିଣ୍ଡିକେଟର ଚେର କେତେ ଦୂର ଲମ୍ବିଛି ? ଏବେ ଏହି ଦିଗଗୁଡ଼ିକୁ ନେଇ ଉଠିଛି ପ୍ରଶ୍ନ। ଏହି ବଡ଼ ସୁରାକ୍ ମିଳିବା ପରେ ଏବେ ଅମୃତସରରୁ ମୁମ୍ବାଇ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏହି ସିଣ୍ଡିକେଟ୍ ପଛରେ କେଉଁ ଗ୍ୟାଙ୍ଗ୍ ଷ୍ଟର କିମ୍ବା ଅନ୍ତର୍ଜାତୀୟ ଅପରାଧୀ ଗୋଷ୍ଠୀର ହାତ ରହିଛି, ତାହାର ଖୋଳତାଡ଼ ଜାରି ରଖିଛି ପୋଲିସ। ... 

 ବନ୍ଧୁକ ଯୋଗାଣର ଡେଡ୍ ଲେଟର୍ ବକ୍ସ ଲିଙ୍କ୍
ଟାଇଗର୍ ଶ୍ରଫ୍ ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା
ଡେଡ୍ ଲେଟର୍ ବକ୍ସରୁ ଆସିଥିଲା ମାରଣାସ୍ତ୍ର
ଅମୃତସରରେ ପୂର୍ବରୁ ରଖାଯାଇଥିଲା ବନ୍ଧୁକ
ବନ୍ଧୁକ ଯୋଗାଣ ପଛରେ ବଡ଼ ସିଣ୍ଡିକେଟ୍ 
ଅମୃତସରରୁ ମୁମ୍ବାଇ ଯାଏଁ ତଦନ୍ତ
ଡେଡ୍ ଲେଟର ବକ୍ସରେ କିଏ ରଖିଥିଲା ବନ୍ଧୁକ ? 
ଗୁପ୍ତ ଠିକଣାରୁ କିଏ ସଂଗ୍ରହ କରିଥିଲା ବନ୍ଧୁକ 
ଅସ୍ତ୍ର ଯୋଗାଣ ସିଣ୍ଡିକେଟର ଚେର କେତେ ଦୂର ଲମ୍ବିଛି ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।