Tiger Shroff Firing Probe: ଟାଇଗର ଶ୍ରଫ୍‌ ଗୁଳିମାଡ଼ ମାମଲା, କୋଟାରୁ ଧରାପଡ଼ିଥିବା ୩ ଅଭିଯୁକ୍ତ ମୁମ୍ବାଇ ସ୍ଥାନାନ୍ତର

Oct 20, 2026 - 13:18
Tiger Shroff Firing Probe: ଟାଇଗର ଶ୍ରଫ୍‌ ଗୁଳିମାଡ଼ ମାମଲା, କୋଟାରୁ ଧରାପଡ଼ିଥିବା ୩ ଅଭିଯୁକ୍ତ ମୁମ୍ବାଇ ସ୍ଥାନାନ୍ତର

ଟାଇଗରଙ୍କୁ ଗୁଳିମାଡ଼, ମୁମ୍ବାଇ ଗଲେ ୩ ସୁଟର୍। କୋଟାରୁ ଗିରଫ ୩ ଅଭିଯୁକ୍ତଙ୍କୁ ହେପାଜତକୁ ନେଲା ମୁମ୍ବାଇ ପୋଲିସ। କୋର୍ଟଙ୍କ ୪୮ ଘଣ୍ଟିଆ 'ଟ୍ରାଞ୍ଜିଟ୍ ରିମାଣ୍ଡ' ପ୍ରଦାନ ପରେ ୩ ସୁଟର୍  ସ୍ଥାନାନ୍ତର। ତେବେ ଏହି ଘଟଣାରେ ଅଭିଯୁକ୍ତ ଥିବା ତିନି ଜଣଙ୍କୁ ରାଜସ୍ଥାନର କୋଟା ରେଳ ଷ୍ଟେସନରୁ ଗିରଫ କରିଥିଲା ପୋଲିସ।

ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ, ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ହରିୟାଣାର ରେହନ୍ ଏବଂ ବିହାରର ହ୍ରିତିକ୍। କୋର୍ଟଙ୍କ ଅନୁମତି ପରେ ତିନି ଅଭିଯୁକ୍ତଙ୍କୁ ୪୮ ଘଣ୍ଟିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ମୁମ୍ବାଇ ପୋଲିସ। ଏହାପରେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ମୁମ୍ବାଇ ନିଆଯାଇଛି। 

ତେବେ ଏହି ଗୁଳିମାଡ଼ ପଛରେ ବିଷ୍ଣୋଇ ଗ୍ୟାଙ୍ଗର ହାତ ରହିଥିବା ସନ୍ଦେହ କରାଯାଉଛି। କାରଣ ପଚରାଉଚରା ବେଳେ ଜଣେ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସଂପୃକ୍ତ ଥିବା ଜଣାପଡିଛି। ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ହିଁ ଟାଇଗରଙ୍କୁ ଗୁଳି କରାଯାଇଥିବା ଏବଂ ଆଗକୁ ଅନ୍ୟମାନେ ବି ଟାର୍ଗେଟରେ ଥିବା ନେଇ ଦୁଇଟି ଅଡିଓ ଭାଇରାଲ ହେଉଛି। ତେବେ ଏହି ଘଟଣାରେ ପ୍ରକୃତରେ କାହାର ହାତ ରହିଛି ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।....

ଟାଇଗରଙ୍କୁ ଗୁଳିମାଡ଼; ମୁମ୍ୱାଇ ଗଲେ ୩ ସୁଟର୍ 
ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳି ମାଡ଼ ଘଟଣା
କୋଟାରୁ ଗିରଫ ୩ ଅଭିଯୁକ୍ତଙ୍କୁ ହେପାଜତକୁ ନେଲା ମୁମ୍ବାଇ ପୋଲିସ
କୋର୍ଟଙ୍କ ୪୮ ଘଣ୍ଟିଆ 'ଟ୍ରାଞ୍ଜିଟ୍ ରିମାଣ୍ଡ' ପ୍ରଦାନ ପରେ ସ୍ଥାନାନ୍ତର
ନାବାଳକ ସହ ହରିୟାଣାର ରେହାନ୍  ଓ ବିହାରର ହ୍ରିତିକ୍ ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।