Tigress Found Dead in Similipal: ଶିମିଳିପାଳରେ ବାଘୁଣୀର ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କାରଣ
ଶିମିଳିପାଳ ଜାତୀୟ ଉଦ୍ୟାନରେ କଳା ବାଘୁଣୀର ମୃତ୍ୟୁ। ମୃତ ବାଘୁଣୀ ୫ ବର୍ଷ ବୟସର ବୋଲି ଜଣାପଡ଼ିଛି। ଗତ ୬ ତାରିଖରେ ଉପର ବାରାହାକାମୁଡା ରେଞ୍ଜର ଦୁଧିଆଣି ନିକଟରେ ବାଘ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ପାଟ୍ରୋଲିଂ ଟିମ୍। ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନେନି ଡାକ୍ତରୀ ଟିମଙ୍କ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏନଟିସିଏର ନିୟମ ମୁତାବକ ବାଘର ଶବ ବ୍ୟବଚ୍ଛେଦ ପରେ ସେହି ସ୍ଥାନରେ ତାକୁ ପୋତି ଦିଆଯାଇଛି।
ପ୍ରାଥମିକ ସ୍ତରରେ ବାଘ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ।ହେଲେ ବାଘ ଦେହରେ କୈଣସି କ୍ଷତ ଚିହ୍ନ କି କୌଣସି ଦାଗ ଦେଖିବାକୁ ମିଳିନାହିଁ। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରାଯାଇଛି। ବାଘ ମୃତଦେହର ନମୂନା ସଂଗ୍ରହ କରି ଓୟୁଏଟି ସହ ଏନଟିସିଏର ଲାବୋରେଟୋରିକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲେ ବାଘ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନେନି।
ବାଘ ବାଘ ମଧ୍ୟରେ ଅନେକ ସମୟରେ ଲଢେଇ ହୋଇଥାଏ। ଏଥିରେ ଖଣ୍ଡିଆଖାବରା ହୋଇ ବାଘ ମୃତ୍ୟୁ ହୋଇଥାଏ। ନଚେତ ହାରିଯିବା ପରେ ବାଘ ଚିନ୍ତାରେ ଝୁରି ଝୁରି ମରିଥିବା ମଧ୍ୟ ଅନେକ ନଜିର ରହିଛି। ଅନେକ ଘଟଣାରେ ସାପ କାମୁଡା କିମ୍ବା ସଂକ୍ରମଣଜନିତ ମୃତ୍ୟୁ ହେବାର ମଧ୍ୟ ଜଣାପଡ଼ିଛି ।
ଶିମିଳିପାଳ ଜାତୀୟ ଉଦ୍ୟାନରେ ବାଘୁଣୀର ମୃତ୍ୟୁ
ବୟସ ୫ ବର୍ଷ, କାଲି ମୃତ୍ୟୁ ହୋଇଥିବା ସୂଚନା
ସାପ କାମୁଡ଼ା କିମ୍ବା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ସନ୍ଦେହ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।