Toxic Advance Booking: ରିଲିଜ୍ ପୂର୍ବରୁ ଧମାକା! ଆଡଭାନ୍ସ ବୁକିଂରେ ‘ଧୁରନ୍ଧର ୨’କୁ ପଛରେ ପକାଇଲା ‘ଟକ୍ସିକ୍ ‘

Aug 27, 2026 - 10:33
Toxic Advance Booking: ରିଲିଜ୍ ପୂର୍ବରୁ ଧମାକା! ଆଡଭାନ୍ସ ବୁକିଂରେ ‘ଧୁରନ୍ଧର ୨’କୁ ପଛରେ ପକାଇଲା ‘ଟକ୍ସିକ୍ ‘

ବକ୍ସ ଅଫିସ୍‌ରେ ଜମିବାକୁ ଯାଉଛି ବଡ଼ ଲଢ଼େଇ। ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍’ ରିଲିଜ୍ ପୂର୍ବରୁ ହିଁ ନିଜ ଦମ୍ ଦେଖାଇସାରିଛି। ଆଡଭାନ୍ସ ବୁକିଂରେ ଫିଲ୍ମଟି ‘ଧୁରନ୍ଧର ୨’ କୁ ପଛରେ ପକାଇଥିବା ବେଳେ ଏହାର ଜବରଦସ୍ତ କ୍ରେଜ୍ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚାର ବିଷୟ ପାଲଟିଛି।

ରିଲିଜ୍ ପୂର୍ବରୁ ଟିକେଟ୍ ବିକ୍ରିରେ ଯେଉଁଭଳି ଧମାକା କରିଛି ‘ଟକ୍ସିକ୍’, ତାହା ଦେଖିଲେ ଓପନିଂ ଡେ’ରେ ଫିଲ୍ମଟି ବଡ଼ ରେକର୍ଡ କରିପାରେ ବୋଲି ଆକଳନ କରାଯାଉଛି।

ଆଡଭାନ୍ସ ବୁକିଂରେ ‘ଟକ୍ସିକ୍’ର ଧମାକା

ରିପୋର୍ଟ ଅନୁସାରେ, ‘ଟକ୍ସିକ୍’ର ଆଡଭାନ୍ସ ବୁକିଂରେ ପ୍ରାୟ ୧୮.୪୮ ଲକ୍ଷ ଟିକେଟ୍ ବିକ୍ରି ହୋଇଛି। ଏଥିରୁ ପ୍ରାୟ ୫୮.୨୭ କୋଟି ଟଙ୍କାର ଆଡଭାନ୍ସ କଲେକ୍ସନ୍ ହୋଇଛି। ବ୍ଲକ୍ଡ ସିଟ୍‌କୁ ମିଶାଇଲେ ଏହି ଆକଳନ ୭୩.୪୩ କୋଟି ଟଙ୍କା ନିକଟରେ ପହଞ୍ଚିଛି।

ଅନ୍ୟପକ୍ଷରେ, ‘ଧୁରନ୍ଧର ୨’ର ଆଡଭାନ୍ସ ବୁକିଂରେ ପ୍ରାୟ ୯.୯୦ ଲକ୍ଷ ଟିକେଟ୍ ବିକ୍ରି ହୋଇଥିଲା। ଏଥିରୁ ପ୍ରାୟ ୪୨.୭୧ କୋଟି ଟଙ୍କା କଲେକ୍ସନ୍ ହୋଇଛି।

ଅର୍ଥାତ୍ ଆଡଭାନ୍ସ ବୁକିଂରେ ‘ଟକ୍ସିକ୍’ ଓ ‘ଧୁରନ୍ଧର ୨’ ମଧ୍ୟରେ ବଡ଼ ଫରକ ଦେଖିବାକୁ ମିଳିଛି।

ପରେ ବଦଳିଲା ତାରିଖ

ଖାସ୍ କଥା ହେଉଛି, ‘ଟକ୍ସିକ୍’ ଏବଂ ‘ଧୁରନ୍ଧର ୨’ ପୂର୍ବରୁ ଏକାସାଙ୍ଗରେ ରିଲିଜ୍ ହେବାର ଥିଲା। ଏହାକୁ ନେଇ ବକ୍ସ ଅଫିସ୍‌ରେ ବଡ଼ କ୍ଲାଶ୍ ହେବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ପରେ ‘ଟକ୍ସିକ୍’ର ରିଲିଜ୍ ଡେଟ୍ ପରିବର୍ତ୍ତନ କରାଯାଇଥିଲା।

ଏବେ ଉଭୟ ଫିଲ୍ମର ଆଡଭାନ୍ସ ବୁକିଂ ତଥ୍ୟ ସାମ୍ନାକୁ ଆସିବା ପରେ ୟଶଙ୍କ ଷ୍ଟାର ପାୱାରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି।

ତଥାପି ‘ପୁଷ୍ପା ୨’ ଓ ‘KGF ୨’ଠାରୁ ପଛରେ

‘ଟକ୍ସିକ୍’ ଯଦିଓ ‘ଧୁରନ୍ଧର ୨’କୁ ପଛରେ ପକାଇଛି, ତଥାପି ଆଡଭାନ୍ସ ବୁକିଂରେ ଏହା ଏବେ ବି କିଛି ବଡ଼ ରେକର୍ଡଠାରୁ ଦୂରରେ ରହିଛି। ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨: ଦ ରୁଲ୍’ ର ଆଡଭାନ୍ସ ବୁକିଂ ପ୍ରାୟ ୧୦୦ କୋଟି ଟଙ୍କା ନିକଟରେ ଥିବା କୁହାଯାଉଛି। ସେହିପରି ୟଶଙ୍କ ‘KGF ୨’ ର ଆଡଭାନ୍ସ ବୁକିଂ ପ୍ରାୟ ୮୦ କୋଟି ଟଙ୍କା ଥିଲା।
ତେଣୁ ଏବେ ସମସ୍ତଙ୍କ ନଜର ‘ଟକ୍ସିକ୍’ର ପ୍ରକୃତ ବକ୍ସ ଅଫିସ୍ ଓପନିଂ ଉପରେ। ଆଡଭାନ୍ସ ବୁକିଂରେ ଯେଉଁ ଗତି ଦେଖାଇଛି, ତାହା ଜାରି ରହିଲେ ୟଶଙ୍କ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ବଡ଼ ଧମାକା କରିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।