Toxic Box Office Collection: ୟଶଙ୍କ ଟକ୍ସିକ୍ ବିଶ୍ୱବ୍ୟାପୀ ୩୦୪.୫ କୋଟି ଆୟ କରିଥିବା ବେଳେ ଷଷ୍ଠ ଦିନରେ କଲେକ୍ସନ୍ ଖସିଛି

Sep 01, 2026 - 14:48
Toxic Box Office Collection: ୟଶଙ୍କ ଟକ୍ସିକ୍ ବିଶ୍ୱବ୍ୟାପୀ ୩୦୪.୫ କୋଟି ଆୟ କରିଥିବା ବେଳେ ଷଷ୍ଠ ଦିନରେ କଲେକ୍ସନ୍ ଖସିଛି

ୟଶଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍’ ବକ୍ସ ଅଫିସ୍‌ରେ ଭଲ ଆରମ୍ଭ କରିଥିଲେ ମଧ୍ୟ ଏବେ ଏହାର ଦୈନିକ କଲେକ୍ସନ୍‌ରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଓପନିଂ ଡେ’ରେ ୧୦୧.୧୦ କୋଟି ଟଙ୍କାରେ ଖାତା ଖୋଲିଥିବା ଏହି ଫିଲ୍ମ ଷଷ୍ଠ ଦିନରେ ମାତ୍ର ୭.୪୫ କୋଟି ଟଙ୍କା କଲେକ୍ସନ୍ କରିଛି। ତେବେ ଏହାର ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୩୦୪.୫ କୋଟି ଟଙ୍କାରେ ପହଞ୍ଚିଛି।

ଛଅ ଦିନର କଲେକ୍ସନ୍

‘ଟକ୍ସିକ୍’ର ଓପନିଂ ଡେ’ର କଲେକ୍ସନ୍ ୧୦୧.୧୦ କୋଟି ଟଙ୍କା ଥିଲା। ଦ୍ୱିତୀୟ ଦିନରେ ଏହା ୩୬.୪୦ କୋଟି, ତୃତୀୟ ଦିନରେ ୨୬.୬୦ କୋଟି ଏବଂ ଚତୁର୍ଥ ଦିନରେ ୨୪.୫୦ କୋଟି ଟଙ୍କା ଆୟ କରିଥିଲା। ପଞ୍ଚମ ଦିନରେ କଲେକ୍ସନ୍ ସାମାନ୍ୟ ବଢ଼ି ୨୩ କୋଟି ଟଙ୍କା ହୋଇଥିଲା। କିନ୍ତୁ ଷଷ୍ଠ ଦିନରେ ଏହା ସିଧାସଳଖ ୭.୪୫ କୋଟି ଟଙ୍କାକୁ ଖସିଛି।

ଏହା ସହିତ ଫିଲ୍ମର ଭାରତୀୟ ବକ୍ସ ଅଫିସ୍‌ର ମୋଟ କଲେକ୍ସନ୍ ୨୨୧.୫୫ କୋଟି ଟଙ୍କା ହୋଇଛି। ଅନ୍ୟପଟେ ୱାର୍ଲ୍ଡୱାଇଡ୍‌ରେ ଫିଲ୍ମ ୩୦୪.୫ କୋଟି ଟଙ୍କା ଆୟ କରି ୩୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଫିଲ୍ମରେ ୟଶଙ୍କ ସହ କିଆରା ଆଡଭାନୀ, ହୁମା କୁରେଶୀ, ନୟନତାରା ଏବଂ ରୁକ୍ମିଣୀ ବସନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଗୀତୁ ମୋହନଦାସ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

‘ଇରୁମୁଡି’ର କମାଇ ମଧ୍ୟ ଅଧା

ରବି ତେଜାଙ୍କ ଫିଲ୍ମ ‘ଇରୁମୁଡି’ ଅଗଷ୍ଟ ୨୧ରେ ରିଲିଜ୍ ହୋଇଥିଲା। ରିଲିଜ୍ ପରଠାରୁ ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଥିବା କୁହାଯାଉଥିଲା। ଦଶମ ଦିନରେ ଏହା ୧୫ କୋଟି ଟଙ୍କା ଆୟ କରିଥିବା ବେଳେ ଏକାଦଶ ଦିନ ଅର୍ଥାତ୍ ରବିବାର ଏହାର କଲେକ୍ସନ୍ ୬.୧୫ କୋଟି ଟଙ୍କାକୁ ଖସିଛି। ଏହା ପରେ ଫିଲ୍ମର ମୋଟ କଲେକ୍ସନ୍ ୧୩୫.୭୦ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ଦିନରେ ଫିଲ୍ମର ଆୟରେ ପ୍ରାୟ ଅଧା ହ୍ରାସ ଦେଖାଯାଇଛି।

‘ହନୁମାନ ଅଂଶ’ର ଆୟରେ ପୁଣି ହ୍ରାସ

ଅଗଷ୍ଟ ୭ରେ ରିଲିଜ୍ ହୋଇଥିବା ‘ହନୁମାନ ଅଂଶ’ ମଧ୍ୟ ବକ୍ସ ଅଫିସ୍‌ରେ ନିଜ କଲେକ୍ସନ୍‌ରେ ଦର୍ଶକଙ୍କୁ ଚକିତ କରିଛି। ଆରମ୍ଭରେ ଧୀମା ଗତିରେ ଚାଲିଥିବା ଫିଲ୍ମର କଲେକ୍ସନ୍ ପରେ ବଢ଼ିଛି। ୨୪ତମ ଦିନରେ ଫିଲ୍ମଟି ସର୍ବାଧିକ ୧୨.୭୫ କୋଟି ଟଙ୍କା କଲେକ୍ସନ୍ କରିଥିଲା। କିନ୍ତୁ ୨୫ତମ ଦିନରେ ଏହାର ଆୟ ୫.୧୫ କୋଟି ଟଙ୍କାକୁ କମିଛି। ଏହା ସହିତ ଫିଲ୍ମର ମୋଟ କଲେକ୍ସନ୍ ୪୫.୨୮ କୋଟି ଟଙ୍କା ହୋଇଛି।

‘ଆବାରାପନ୍ ୨’ର ଦୈନିକ କଲେକ୍ସନ୍

ଇମ୍ରାନ ହାସମୀ ଏବଂ ଦିଶା ପାଟନୀଙ୍କ ଅଭିନୀତ ‘ଆବାରାପନ୍ ୨’ର ତୃତୀୟ ସୋମବାରର କଲେକ୍ସନ୍ ମଧ୍ୟ ଖୁବ କମ ରହିଛି। ଫିଲ୍ମଟି ପ୍ରଥମ ସପ୍ତାହରେ ୧୧୩.୫୦ କୋଟି ଟଙ୍କା ଆୟ କରିଥିଲା। ତୃତୀୟ ରବିବାରରେ ଏହା ୧.୨୫ କୋଟି ଟଙ୍କା କଲେକ୍ସନ୍ କରିଥିବା ବେଳେ ତୃତୀୟ ସୋମବାରରେ ମାତ୍ର ୫୦ ଲକ୍ଷ ଟଙ୍କା ଆୟ କରିଛି।

ତେବେ ଫିଲ୍ମର ମୋଟ କଲେକ୍ସନ୍ ୧୪୮.୪୧ କୋଟି ଟଙ୍କାରେ ପହଞ୍ଚିଛି। ବର୍ତ୍ତମାନ ଚାରିଟି ଫିଲ୍ମ ମଧ୍ୟରୁ ‘ଟକ୍ସିକ୍’ର ୱାର୍ଲ୍ଡୱାଇଡ୍ ୩୦୦ କୋଟି ପାର କରିବା ସବୁଠାରୁ ବଡ଼ ଖବର ହୋଇଥିବା ବେଳେ ଅନ୍ୟ ଫିଲ୍ମଗୁଡ଼ିକର ଦୈନିକ କଲେକ୍ସନ୍‌ରେ ହ୍ରାସ ଚର୍ଚ୍ଚାରେ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।