30 OCTOBER 2026

Welcome!

Unlock your personalized experience.
Sign Up

Trade Fair: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିପୁଳ ରିହାତି

Oct 30, 2026 - 21:07
Trade Fair: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିପୁଳ ରିହାତି

ଭୁବନେଶ୍ୱର: ଜନତା ମଇଦାନଠାରେ ଆୟୋଜିତ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬ରେ ବିଭିନ୍ନ ସାମଗ୍ରୀ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଚଳିତବର୍ଷ ଏଠାରେ ଭାରତର ୨୨ଟି ରାଜ୍ୟ ଏବଂ ୧୦ଟି ଦେଶ ଅଂଶଗ୍ରହଣ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ୧ ଲକ୍ଷରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହୋଇଛି। 

ଆକର୍ଷଣୀୟ ସାମଗ୍ରୀଗୁଡ଼ିକ ମଧ୍ୟରେ କାଠ ଖୋଦେଇ ଆସବାବପତ୍ର, ୩୦୦ ପ୍ରକାରର ଡ୍ରାଏ ଫ୍ରୁଟ୍‌ସ, ଦୁବାଇର ପ୍ରସିଦ୍ଧ ବକଲାଭା ପେଷ୍ଟ୍ରି, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ, ଶାଢ଼ି ଓ ଡ୍ରେସ୍ ମ୍ୟାଟେରିଆଲ୍, ଆକର୍ଷଣୀୟ ଅଳଙ୍କାର, ଆଧୁନିକ ଗୃହ ସାଜସଜ୍ଜା ସାମଗ୍ରୀ ରହିଛି। ଏଥିସହିତ ପ୍ରତିଷ୍ଠିତ ଅଟୋମୋବାଇଲ୍ ଓ ଇଭି ପାଭିଲିୟନ୍ ମଧ୍ୟ ଖୋଲିଛି। 

ଦର୍ଶକମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫୁଡ୍ ଜୋନ୍‌ରେ ଉପଲବ୍ଧ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି। ମୁଖ୍ୟ ଖାଦ୍ୟ ଆକର୍ଷଣ ହେଉଛି ଚମ୍ପାରଣ ମଟନ୍। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ଏହି ମେଳା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ଣ ୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।