Trade: ଭାରତ-ଆମେରିକା ବାଣିଜ୍ୟ ରାଜିନାମାର ଅଗ୍ରଗତି ଅଟକି ଯାଇଛି
"ନୂଆଦିଲ୍ଲୀ: ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାର ଅଗ୍ରଗତି ଅଟକି ଯାଇଛି।
ଉଭୟ ପକ୍ଷ ଆଉ ଅଧିକ ରିହାତି ଦେବାକୁ ପ୍ରସ୍ତୁତ ନଥିବାରୁ ଏହା ଆଗକୁ ବଢ଼ିବା କଷ୍ଟକର।
ତେବେ ଯଦି ଉଭୟ ପକ୍ଷଙ୍କୁ ସୁଯୋଗ ମିଳେ ତାହେଲେ ସେମାନେ ଏ ନେଇ ପଦକ୍ଷେପ ନେବେ।
ନୂଆଦିଲ୍ଲୀରେ ଅନୁଷ୍ଠିତ ମ୍ୟୁନିକ ଲିଡର୍ସ ବୈଠକରେ ଯୋଗଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି।
ଦ୍ବିପାକ୍ଷିକ ବାଣିଜ୍ୟ ଭାରତ ସପକ୍ଷରେ ରହିଛି।Advertisment ଆହୁରି ପଢନ୍ତୁ: Gyanesh Kumar: ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ ଆଣିଲେ ପୂର୍ବତନ ଆଇଏଏସ୍ ନେତୃତ୍ବାଧୀନ ପ୍ରତିନିଧି ଦଳ ଅର୍ଥାତ ଭାରତ ଆମେରିକାକୁ ଅଧିକ ରପ୍ତାନି କରୁଛି ଏବଂ କମ୍ ଆମଦାନି କରୁଛି।
ତେଣୁ ଏହି ଅସମତୁଲତାକୁ ସମତୁଲ କରିବାକୁ ଆମେରିକା ଚାହିବା ସ୍ବାଭାବିକ।
ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ରାଜିନାମା ସମ୍ପର୍କରେ ସୀତାରମଣ କହିଥିଲେ ମୂଲଚାଲ ସମୟରେ ଘରୋଇ ସ୍ବାର୍ଥକୁ ସୁରକ୍ଷା ଦେବାର ଏହା ଏକ ପ୍ରମୁଖ ଉଦାହରଣ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।