Traders: ଇଣ୍ଡିମେଣ୍ଟ ରାଲି ଘୁଞ୍ଚେଇବା ଦାବିରେ ବ୍ୟବସାୟୀଙ୍କ ପ୍ରତିବାଦ ସଭା
ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ରାଜନୈତିକ ଆନ୍ଦୋଳନ ଯୋଗୁଁ ବ୍ୟବସାୟ ପ୍ରଭାବିତ ହେଉଥିବା ଅଭିଯୋଗ ମଧ୍ୟରେ ବ୍ୟବସାୟୀଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।
ସୋମବାର ସେ ଦିଲ୍ଲୀର ବ୍ୟବସାୟୀମାନଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି, ଆମେ ଆପଣଙ୍କ କଥା ଶୁଣୁଛୁ ଏବଂ ଆପଣଙ୍କ ସହ ଅଛୁ।
ଏଥିସହ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୁହନ୍ତୁ ବୋଲି ସେ ବ୍ୟବସାୟୀଙ୍କୁ ଆହ୍ୱାନ ଦେଇଛନ୍ତି।
Advertisment ଆହୁରି ପଢନ୍ତୁ : Black Swan Dies ନନ୍ଦନକାନନରେ ବୟସ୍କ କଳା ରାଜହଂସର ମୃତ୍ୟୁ, ସଂଖ୍ୟା କମି ୩କୁ ଖସିଲା ରାହୁଲଙ୍କ ଅଭିଯୋଗ ଅନୁଯାୟୀ, ସରକାର ମେଟ୍ରୋ ସେବା ବନ୍ଦ କରିବା, ରାସ୍ତାରେ କଟକଣା ଲଗାଇବା ଏବଂ ଯାତାୟାତକୁ ପ୍ରଭାବିତ କରିବା ଯୋଗୁଁ ଦିଲ୍ଲୀର ବ୍ୟବସାୟିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେଉଛି।
ଏହାର ପ୍ରଭାବ ଦୋକାନ, ବ୍ୟବସାୟୀଙ୍କ ଆୟ ଓ ସାଧାରଣ ଲୋକଙ୍କ ଜୀବିକା ଉପରେ ପଡୁଛି।
ଭୋଟ୍ ଚୋରି ହେଲେ କିଛି ସୁରକ୍ଷିତ ରହେ ନାହିଁ।
ନା ଆପଣଙ୍କ ଦୋକାନ, ନା ସଞ୍ଚୟ, ନା ପିଲାଙ୍କ ଭବିଷ୍ୟତ ।
ତେଣୁ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ମୋଦୀଙ୍କୁ କୁହାଗଲେ ପ୍ରସ୍ତାବିତ ଆନ୍ଦୋଳନ ୩୦ ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯିବ ବୋଲି ରାହୁଲ କହିଛନ୍ତି।
ସେ ଜ୍ଞାନେଶ କୁମାରଙ୍କୁ ଚତୁର୍ଥ ନମ୍ବର ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି।
ଆହୁରି ପଢନ୍ତୁ : Handwriting: ବିଶ୍ୱର ସବୁଠାରୁ ସୁନ୍ଦର ହାତଲେଖା ପାଇଁ ଚର୍ଚ୍ଚାରେ ଥିବା ନେପାଳୀ ଛାତ୍ରୀ ପ୍ରକୃତି ଦିଲ୍ଲୀର ରାମଲୀଳା ମଇଦାନରେ ନଭେମ୍ବର ୧ରେ ଭୋଟ୍ ଚୋରି ବିରୋଧରେ ଏକ ବିଶାଳ ସମାବେଶ ଆୟୋଜନ କରିବାକୁ ଇଣ୍ଡି ମେଣ୍ଟ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ଏହି ସମାବେଶ ଯୋଗୁଁ ପର୍ବପର୍ବାଣି ସମୟରେ ବ୍ୟବସାୟ ପ୍ରଭାବିତ ହୋଇପାରେ ବୋଲି ବ୍ୟବସାୟୀ ସଂଗଠନ 'ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି' (ସିଟିଆଇ) ଚିନ୍ତା ପ୍ରକାଶ କରିଛି।
ସମାବେଶକୁ ନଭେମ୍ବର ୧୦ ପରେ ଆୟୋଜନ କରିବାକୁ ସଂଗଠନ ଅନୁରୋଧ କରିଛି।
ବ୍ୟବସାୟୀଙ୍କ ମତରେ, ରାସ୍ତା ବନ୍ଦ, ଯାନବାହନ ଚଳାଚଳରେ କଟକଣା ଓ ମେଟ୍ରୋ ସେବାରେ ବାଧା ଯୋଗୁଁ ଗ୍ରାହକଙ୍କ ଯାତାୟାତ କମିବା ସହ ଦୋକାନ ବଜାରର ବିକ୍ରିବଟା ପ୍ରଭାବିତ ହୋଇପାରେ।
ଆହୁରି ପଢନ୍ତୁ : Bargarh Dhanu Yatra: ବରଗଡ଼ ଧନୁଯାତ୍ରା: କଂସ ଭୂମିକାରୁ ଓହରିଲେ ସୁଶୀଳ ମେହେର, ନୂଆ କଂସ ଚୟନ ନେଇ ଚର୍ଚ୍ଚା ଶନିବାର ସିଟିଆଇ ରାହୁଲଙ୍କୁ ପ୍ରସ୍ତାବିତ ରାଲି ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲା।
ନଭେମ୍ବର ୬ରେ ଧନତେରସ୍, ୮ ତାରିଖରେ ଦୀପାବଳି ଓ ୧୦ ତାରିଖରେ ଭୈୟା ଦୁଜ୍ (ଭ୍ରାତୃଦ୍ବିତୀୟା) ଥିବାରୁ ବ୍ୟବସାୟୀମାନେ ୧୦,୦୦୦ କୋଟି ଟଙ୍କାର କ୍ଷତି ହୋଇପାରେ ବୋଲି ଆଶଙ୍କା କରିଛନ୍ତି।
ଅନ୍ୟପକ୍ଷରେ, ସୋମବାର ବ୍ୟବସାୟୀ ମାନେ ଦିଲ୍ଲୀର କାଶ୍ମୀର ଗେଟ୍ଠାରେ ପ୍ରତିବାଦ ସଭା କରି ନଭେମ୍ବର ୧ରେ ରାମଲୀଳା ମଇଦାନରେ ହେବାକୁ ଥିବା ରାଲି ସ୍ଥଗିତ ରଖିବାକୁ ଦାବି କରିଥିଲେ।
ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସେମାନେ ଇଣ୍ଡି ମେଣ୍ଟର ସମସ୍ତ ଦଳକୁ ଚିଠି ଲେଖିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।