Traffic: ଏବେଠୁ ଏମିତି: ଆଗକୁ ଅସମ୍ଭାଳ, ପାର୍ବଣ ପୂର୍ବରୁ ଟ୍ରାଫିକ୍ ଯନ୍ତ୍ରଣାରେ ଛଟପଟ ଲୋକେ
"ଭୁବନେଶ୍ବର: ରବିବାରଠୁ ନବରାତ୍ରୀ ପୂଜା ଅବସରରେ ରାଜଧାନୀ ଭିଡ଼ ଜମିବ।
କିନ୍ତୁ ଅଦ୍ୟାବଧି ଟ୍ରାଫିକ୍ ନିୟନ୍ତ୍ରଣ ପ୍ରସ୍ତୁତି ଆରମ୍ଭ କରିନି କମିସନରେଟ୍ ପୁଲିସ।
ଏଣୁ ଚଳିତବର୍ଷ ପୂଜାରେ ଭୁବନେଶ୍ବରରେ ଟ୍ରାଫିକ୍ ସମସ୍ୟା ଅଣାୟତ୍ତ ହେବ।
ଏହାର ଚିତ୍ର ଆଜି ଦେଖିବାକୁ ମିଳିଛି।ଆଜି ଅପରାହ୍ଣରେ ।
ରସୁଲଗଡ଼ଠାରୁ ଆରମ୍ଭ କରି ସହରର ପ୍ରମୁଖ ଛକରେ ଲୋକେ ଆଜି ଭିଡ଼ରେ ଫସିଛନ୍ତି।
ଅଧିକ ଯନ୍ତ୍ରଣା ପାଇଛନ୍ତି ପଳାଶୁଣୀରୁ କଳ୍ପନା ଓ ଖଣ୍ଡଗିରିରୁ ରସୁଲଗଡ଼ ରାସ୍ତାରେ।
ଫ୍ଲାଏଓଭର, ସର୍ଭିସ ରାସ୍ତା, ରସୁଲଗଡ଼ ଛକରେ ସବୁ ପଟୁ ଲୋକେ ଛନ୍ଦି ହୋଇଯାଇଥିଲେ।
କିନ୍ତୁ କମିସନରେଟ୍ ପୁଲିସକୁ ଦେଖିବାକୁ ମିଳି ନଥିଲା।
ରସୁଲଗଡ଼ ହେଉଛି ରାଜଧାନୀର ପ୍ରବେଶ ପଥ।Advertisment Vedanta: ଶହେ ମହିଳାଙ୍କୁ ମାଣ୍ଡିଆ ଉଦ୍ୟୋଗୀ ତାଲିମ ଦେଲା ବେଦାନ୍ତ ଆଲୁମିନିୟମ କଳ୍ପନା, ଖଣ୍ଡଗିରି ଓ ପଳାଶୁଣୀ ପାର୍ଶ୍ବରୁ ଦୈନିକ ହଜାର ହଜାର ଯାତ୍ରୀବାହୀ ଗାଡ଼ି ଓ ଭାରିଯାନ ଏହି ବାଟ ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟାତ କରୁଛନ୍ତି।
ସେପଟେ ପୂଜା ପାଇଁ ବାହାରେ ରହୁଥିବା ଭୁବନେଶ୍ବର ଲୋକଙ୍କ ଘର ଲେଉଟାଣି ଆରମ୍ଭ ହୋଇଛି।
ଯେହେତୁ ରସୁଲଗଡ଼ ଛକ ଏକ ପ୍ରମୁଖ ଛକ, ଏଠାରେ ସେହି ଅନୁସାରେ ଭିଡ଼ ନିୟନ୍ତ୍ରଣ ହେବା କଥା।
କିନ୍ତୁ କୌଣସି ପୁଲିସଙ୍କୁ ଏଠାରେ ନିୟୋଜିତ କରାଯାଇନି, ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇନି।
ଲୋକେ ମନଇଚ୍ଛା ରଙ୍ଗ୍ରୁଟ୍ରେ ପଶୁଛନ୍ତି, ଯାହା ଭିଡ଼ ବଢ଼ାଉଛି।
ସେପଟେ କଟକ ରୋଡ୍ରେ କଳ୍ପନା ଛକ ପର୍ଯ୍ୟନ୍ତ ମନଇଚ୍ଛା ରାସ୍ତାର ଦୁଇପାର୍ଶ୍ବରେ ଚାରିଚକିଆ ସବୁ ପାର୍କିଂ ହେଉଛି।
ସଂଧ୍ୟାରେ ଏହି ବେଆଇନ ପାର୍କିଂ ସ୍ଥିତି ଅସମ୍ଭାଳ କରୁଛି।
Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ ସେପଟେ ରସୁଲଗଡ଼ ଛକରେ ଛୋଟମୋଟ ଦୁର୍ଘଟଣା ହେଲେ ପୂରା ସହର ଅଟକିଯାଉଛି।
ଆଜି ଅପରାହ୍ଣ ସାଢ଼େ ୪ଟାରୁ ରାତି ପର୍ଯ୍ୟନ୍ତ ଲୋକେ ଟ୍ରାଫିକ୍ରେ ଅଟକି ରହିଥିଲେ।
ଆମ୍ବୁଲାନ୍ସ ବି ଫସିଥିଲା।
ପଳାଶୁଣୀରୁ ରସୁଲଗଡ଼ ଛକ ହୋଇ କଳ୍ପନା, ରବି ଟକିଜ୍ ପର୍ଯ୍ୟନ୍ତ, ଏପଟେ ବାଣୀବିହାର, ଖଣ୍ଡଗିରି ପର୍ଯ୍ୟନ୍ତ ଟ୍ରାଫିକ୍ ଯନ୍ତ୍ରଣାରେ ଲୋକେ ଛଟପଟ ହୋଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।