Tragic Late-Night Accident: ବିଳମ୍ବିତ ରାତିରେ ଡିଭାଇଡରକୁ ପିଟିଲା ବାଇକ୍, ଚାଲିଗଲା ଦୁଇ ଜୀବନ

Sep 14, 2026 - 11:04
Tragic Late-Night Accident: ବିଳମ୍ବିତ ରାତିରେ ଡିଭାଇଡରକୁ ପିଟିଲା ବାଇକ୍, ଚାଲିଗଲା ଦୁଇ ଜୀବନ

ଜଟଣୀ ମୁଖ୍ୟରାସ୍ତାରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ହରିଭାଇନା ଛକ ନିକଟରେ ଡିଭାଇଡରରେ ବାଇକ୍ ପିଟି ହେବାରୁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି।

ପୋଲିସର ସୂଚନା ଅନୁଯାୟୀ, ଦୁଇ ଯୁବକ ଏକ ବାଇକ୍‌ରେ ଦ୍ରୁତଗତିରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇଥିଲେ। ଫଳରେ ବାଇକ୍‌ଟି ରାସ୍ତାର ଡିଭାଇଡରରେ ଜୋରରେ ପିଟି ହୋଇଥିଲା। ଦୁର୍ଘଟଣାରେ ଉଭୟ ଯୁବକ ଗୁରୁତର ଆହତ ହୋଇଥିଲେ।

ଘଟଣାସ୍ଥଳରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।

ମୃତ ଦୁଇ ଯୁବକ ଜଟଣୀର କୁଦିଆରୀ ଅଞ୍ଚଳର ବାସିନ୍ଦା ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି। ଏହି ଦୁର୍ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।