Transferred: ଜଳେଶ୍ୱର ନାବାଳିକା ଦୁଷ୍କର୍ମ ପରେ ହତ୍ୟା ମାମଲା: ନାମ୍ପ ଫାଣ୍ଡି ଅଧିକାରୀଙ୍କ ବଦଳି
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ନାବାଳିକା ଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୁଲିସ ବିଭାଗର କାର୍ଯ୍ୟାନୁଷ୍ଠାନ ।
ନାମ୍ପ ଫାଣ୍ଡି ଅଧିକାରୀ କରନ୍ ମାର୍ଣ୍ଡିଙ୍କୁ ବାଲେଶ୍ୱର ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।
ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଏସ୍ପି ତାଙ୍କ ବିରୋଧରେ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।
Advertisment ଅଭିଯୋଗ ଅନୁସାରେ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯାଇ ନଥିଲା ।
ଏହାକୁ ନେଇ ଜଳେଶ୍ୱର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା ।
ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା କରିଥିଲେ ।
ସୂଚନା ଅନୁସାରେ, ଗ୍ରାମବାସୀ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଇଥିଲେ ।
ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କିନ୍ତୁ ନାମ୍ପ ଫାଣ୍ଡି ଅଧିକାରୀ ତାଙ୍କୁ ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି।
ପରେ ଗ୍ରାମବାସୀଙ୍କ ଚାପ ଓ ପଚରାଉଚରା ପରେ ଅଭିଯୁକ୍ତ ସତ ମାନିଥିବା ଦାବି କରାଯାଇଛି।
ଏହି ଘଟଣାକୁ ନେଇ ପୁଲିସର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଥିବା ବେଳେ ଫାଣ୍ଡି ଅଧିକାରୀଙ୍କ ବଦଳିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।