Tree-Climbing Thief Caught on CCTV: ବିଶ୍ୱାସରେ ବିଷ! ଗଛ ଚଢ଼ି ଘରେ ପଶିଲା ଚାକର, ସିସିଟିଭି ଖୋଲିଦେଲା ରହସ୍ୟ
ଯାହାକୁ ବର୍ଷ ବର୍ଷ ଧରି ବିଶ୍ୱାସ କରି ଘରେ ପ୍ରବେଶ ଅନୁମତି ଦେଇଥିଲେ, ଶେଷରେ ସେହି ବିଶ୍ୱସ୍ତ ଚାକର ଉପରେ ଲାଗିଲା ଲକ୍ଷ ଲକ୍ଷ ଟଙ୍କାର ଚୋରି ଅଭିଯୋଗ।
ମାଲିକଙ୍କ ଘରୁ ୧୫ ଭରିରୁ ଅଧିକ ସୁନା ଅଳଙ୍କାର, ରୁପା ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।
ଆଉ ଏହି ଚୋରି ପଛରେ ଘରେ ବର୍ଷ ବର୍ଷ ଧରି କାମ କରୁଥିବା ଚାକର ମହମ୍ମଦ କୈଫ୍ଙ୍କ ହାତ ଥିବା ପୋଲିସ ଦାବି କରିଛି।
Advertisment ଘଟଣାଟି ଉତ୍ତରପ୍ରଦେଶର ବିଜନୌର ଜିଲ୍ଲା ଅଫଜଲଗଡ଼ ଥାନା ଅନ୍ତର୍ଗତ କାସମପୁର ଗଢ଼ି ଗାଁର।
ରେଷ୍ଟୁରାଣ୍ଟ ବ୍ୟବସାୟୀ କୃଷ୍ଣ ମୋହନ ଗୁପ୍ତାଙ୍କ ଘରୁ ଗତ ଅକ୍ଟୋବର ୨୬ ତାରିଖ ରାତିରେ ଚୋରି ହୋଇଥିଲା।
ଦୁର୍ବୃତ୍ତ ଘରର ସେଫ୍ରେ ରଖାଯାଇଥିବା ୧୫ ଭରିରୁ ଅଧିକ ସୁନା ଗହଣା, ରୁପା ଅଳଙ୍କାର ସହ ୭୬ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲା।
ଚୋରି ସାମଗ୍ରୀର ମୋଟ ମୂଲ୍ୟ ୨୨ ଲକ୍ଷ ଟଙ୍କାରୁ ଅଧିକ ବୋଲି କୁହାଯାଉଛି।
ଗଛ ଚଢ଼ି ଘରେ ପଶିଲା ଚୋର ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା।
ଫୁଟେଜ୍ରେ ଜଣେ ଯୁବକ ଗଛ ସାହାଯ୍ୟରେ ଚଢ଼ି ଘର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।
ପରେ ପରିବାର ଲୋକେ ତାକୁ ଚିହ୍ନଟ କରିଥିଲେ।
ସେ ଆଉ କେହି ନୁହେଁ, ବରଂ ବର୍ଷ ବର୍ଷ ଧରି ଘରେ କାମ କରୁଥିବା ମହମ୍ମଦ କୈଫ୍ ବୋଲି ଜଣାପଡ଼ିଥିଲା।
Advertisment ମାଲିକଙ୍କ ଅଭ୍ୟାସ ଜାଣିଥିଲା ଚାକର ପୋଲିସର କହିବା ଅନୁସାରେ, ଘରେ ଦୀର୍ଘଦିନ ଧରି କାମ କରୁଥିବାରୁ କୈଫ୍କୁ ସେଫ୍ର ସ୍ଥାନ ଓ ଘରର ବ୍ୟବସ୍ଥା ବିଷୟରେ ଜଣାଥିଲା।
ସେଫ୍ରେ ସୁନା, ରୁପା ଗହଣା ସହ ରେଷ୍ଟୁରାଣ୍ଟର ଦୈନିକ ଆୟ ରଖାଯାଉଥିବା ନେଇ ମଧ୍ୟ ସେ ଜାଣିଥିବା ପୋଲିସ କହିଛି।
ପୋଲିସ ଅଭିଯୁକ୍ତ କୈଫ୍କୁ ଗିରଫ କରି ଚୋରି ହୋଇଥିବା ନଗଦ ଟଙ୍କା ଓ ସୁନା ଗହଣା ଉଦ୍ଧାର କରିଥିବା ଦାବି କରିଛି।
ଏହାପରେ ତାକୁ ଜେଲ୍ ପଠାଯାଇଛି।
ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଯେଉଁ ଘରେ ବର୍ଷ ବର୍ଷ ଧରି ଭରସାରେ କାମ କରୁଥିଲା, ସେହି ଘରେ ଚୋରି ଅଭିଯୋଗ ଏବେ ସମସ୍ତଙ୍କୁ ଚକିତ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।