'Trends Great Puja Style Icon': ଟ୍ରେଣ୍ଡସ ଗ୍ରେଟ୍ ପୂଜା ଷ୍ଟାଇଲ୍ ଆଇକନ୍ ଜିତିଲେ ୟଶରାଜ ଓ ଦିପ୍ତିମୟୀ
ଭୁବନେଶ୍ୱର: ଫ୍ୟାସନ୍ ବ୍ରାଣ୍ଡ୍ ଟ୍ରେଣ୍ଡ୍ସ ପକ୍ଷରୁ ଆୟୋଜିତ ଟ୍ରେଣ୍ଡ୍ସ ଗ୍ରେଟ୍ ପୂଜା ଷ୍ଟାଇଲ୍ ଆଇକନ୍ ୨୦୨୬ ପ୍ରତିଯୋଗିତାର ଗ୍ରାଣ୍ଡ୍ ଫାଇନାଲ ଅନୁଷ୍ଠିତ ହୋଇଯାଇଛି।
ପ୍ରତିଯୋଗିତାର ପୁରୁଷ ବର୍ଗରେ ୟଶରାଜ ରୟ ଓ ମହିଳା ବର୍ଗରେ ଦିପ୍ତିମୟୀ ଗୋଚ୍ଛାୟତ ବିଜୟୀ ହୋଇଛନ୍ତି।
ଉଭୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ସହ ମୁକୁଟ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଯୋଗଦେଇ ବିଜେତାମାନଙ୍କୁ ମୁକୁଟ ପିନ୍ଧାଇବା ସହ ପୁରସ୍କାର ପ୍ରଦାନ କରିଥିଲେ।
Advertisment ଏହି ପ୍ରତିଯୋଗିତାକୁ ଓଡ଼ିଶା ର ଗ୍ରାହକଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିଲା।
ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାଜ୍ୟର ବିଭିନ୍ନ ଟ୍ରେଣ୍ଡ୍ସ ଷ୍ଟୋରରେ ଗ୍ରାହକମାନେ ନିଜର ସେଲ୍ଫି ଅପ୍ଲୋଡ୍ କରିଥିଲେ।
ଏହା ମାଧ୍ୟମରେ ସେମାନେ ନିଜର ଫ୍ୟାସନ୍, ଆତ୍ମବିଶ୍ୱାସ ଓ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥିଲେ।
ବିଭିନ୍ନ ସ୍ଥାନରୁ ଚୟନ ହୋଇଥିବା ପ୍ରତିଯୋଗୀମାନେ ଗ୍ରାଣ୍ଡ୍ ଫାଇନାଲ୍ରେ ଭାଗ ନେଇଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରେଣ୍ଡ୍ସ ସ୍ଥାନୀୟ ସଂସ୍କୃତି ଓ ପର୍ବପର୍ବାଣୀ ସହ ଗ୍ରାହକଙ୍କୁ ଯୋଡ଼ିବାର ଉଦ୍ୟମ କରିଛି।
ଏଥିସହ ଓଡ଼ିଶାରେ ଗ୍ରାହକଙ୍କ ସହ ସମ୍ପର୍କ ଦୃଢ଼ କରିବା ଓ ଫ୍ୟାସନ୍ ପ୍ରତି ଆଗ୍ରହ ବଢ଼ାଇବା ଉପରେ କମ୍ପାନି ଗୁରୁତ୍ୱ ଦେଇଛି।
ପୁଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ମାଲକାନଗିରି ଥାନା ଘେରାଉ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।