01 NOVEMBER 2026

Welcome!

Unlock your personalized experience.
Sign Up

Tribal village: ସୁଧୁରୁନି ଆଦିବାସୀ ଗାଁଗୁଡ଼ିକର ଭାଗ୍ୟ: ୧୦୭ ଗାଁକୁ ରାସ୍ତା ନାହିଁ, ବିଜୁଳି ଦେଖି ନାହାନ୍ତି ୨୨୯

Nov 01, 2026 - 06:12
Tribal village: ସୁଧୁରୁନି ଆଦିବାସୀ ଗାଁଗୁଡ଼ିକର ଭାଗ୍ୟ: ୧୦୭ ଗାଁକୁ ରାସ୍ତା ନାହିଁ, ବିଜୁଳି ଦେଖି ନାହାନ୍ତି ୨୨୯

ନୟାଗଡ଼ (ସନ୍ଦୀପ ଲେଙ୍କା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅଧୀନ ଅପହଞ୍ଚ ନେପାଳ ଗାଁର ଅବସ୍ଥା ସୁଧୁରୁଛି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାସ୍ତା, ପାନୀୟଜଳ, ଶିକ୍ଷା ବ୍ୟବସ୍ଥାର ଉନ୍ନତିରେ ପଦକ୍ଷେପ ନିଆଯାଇଛି। ସୌର ପ୍ରକଳ୍ପ ଦ୍ବାରା ବିଜୁଳି ବ୍ୟବସ୍ଥା କରାଯାଇଛି। ତଥାପି ଗାଁରେ ଆହୁରି ଅନେକ ସମସ୍ୟା ରହିଛି। ତେବେ ଯେତିକିର ସମାଧାନ ହୋଇଛି ସେଥିରେ ଗ୍ରାମବାସୀ ପ୍ରଶାସନର କାମକୁ ସ୍ବାଗତ କରିଛନ୍ତି। ମାତ୍ର ଏବେ ବି ଜିଲ୍ଲାର ଶତାଧିକ ଆଦିବାସୀ ଗାଁ ରହିଛି ଯେଉଁଠି ମୋବାଇଲ ସେବା, ବିଦ୍ୟୁତ୍‌ ଯୋଗାଣ, ରାସ୍ତା ଓ ମୌଳିକ ସୁବିଧା ନାହିଁ। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ସତ୍ୟପାଠରେ ଏ ସଂପର୍କରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

BOB: ବ୍ୟାଙ୍କ ଅଫ୍‌ ବରୋଦାର ୬୫୩୨ କୋଟି ରେକର୍ଡ ଲାଭ

ମିଳିଥିବା ସୂଚନା ମୁତାବକ, ଜିଲ୍ଲାର ୧୬୭୨ ଗାଁ ମଧ୍ୟରୁ ୨୪୭ ଗାଁରେ ମୋବାଇଲ ସେବା, ୨୨୯ ଗାଁରେ ବିଜୁଳି ଯୋଗାଣ ଓ ୧୦୭ ଗାଁକୁ ରାସ୍ତା କିମ୍ବା ଅନ୍ୟାନ୍ୟ ମୌଳିକ ସୁବିଧା ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ସବୁଠୁ ଅଧିକ ଅବହେଳିତ ଗଣିଆ ବ୍ଲକର ବଡ଼ସିଲିଙ୍ଗା ପଞ୍ଚାୟତର ଆଦିବାସୀ ଗାଁ ରହିଥିବା ଜଣାପଡ଼ିଛି। ଏହି ପଞ୍ଚାୟତର ବୁରିଆପାଜୁ ସେରେଣ୍ଡା, ବେଦାଡ଼ି, ଡମାଘାଟି, କୁମୁରି, ତୁଡ଼ୁଙ୍ଗି, କୁଚୁମରା ଓସାମସ୍କା, ତାଲାବାରି, ଧଉରାବଣି, ବଳିଆ ଝର, ଢିପିସାହି, ସେକେଟାପଲି, ଭାଲିଆପଦର, ମୂଷିଗୁଡ଼ା ଭଳି ଗ୍ରାମବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ। ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍‌ ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଏହାସହ ଏହି ଅଞ୍ଚଳରେ ଫୋନ୍ ସେବା ମଧ୍ୟ ନାହିଁ। ଜଙ୍ଗଲ ଜମି ପଟ୍ଟା ଏମାନଙ୍କୁ ଦିଆଯାଇ ନାହିଁ।

ପୂର୍ବରୁ ଏହି ବ୍ଲକର ତିନି ଗାଁ ସଲପଗଣ୍ଡା, ମୂଷିଗୁଡ଼ା ଓ ଖଣ୍ଡପଡ଼ାର ସାଧୁଆପଲ୍ଲୀର ସମସ୍ୟାକୁ ନେଇ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଛି। ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବ ହାଜର ହୋଇ ସତ୍ୟପାଠ ମାଧ୍ୟମରେ ଏହି ତିନି ଗାଁକୁ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଶକ୍ତି ବିଭାଗର ପ୍ରମୁଖ ସଚିବଙ୍କୁ ମଧ୍ୟ ବିଦ୍ୟୁତ୍‌ ଯୋଗାଣ ପାଇଁ ଅବଗତ କରାଯାଇଥିବା ଜଣାପଡ଼ିଛି। ଏହି ତିନି ଗାଁ ସମସ୍ୟାର ସମାଧାନ ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା ବୋଲି ଜିଲ୍ଲା ସଭାପତି ନିରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି। ସେହିପରି ଦଶପଲ୍ଲା ବ୍ଲକରେ ମଧ୍ୟ ସମାନ ଅବସ୍ଥା।

Petrol export: ପେଟ୍ରୋଲ ରପ୍ତାନି ଶୁଳ୍କ ହଟିଲା, ଡିଜେଲ ଓ ବିମାନ ଇନ୍ଧନ ଉପରେ ଟିକସ ବୃଦ୍ଧି

ଘୁଗୁଡ଼ି ପଞ୍ଚାୟତର ଜାନିସାହି ସମେତ ଏକାଧିକ ଗାଁକୁ ମଧ୍ୟ ରାସ୍ତା ଟିଏ ନାହିଁ। କାହାର ସ୍ୱାସ୍ଥ୍ୟ ସମସ୍ୟା ହେଲେ ଖଟିଆରେ ବୁହା ହୋଇ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଉଛି।  ପାନୀୟ ଜଳ ସମସ୍ୟା ଯୋଗୁଁ ସ୍ଥାନୀୟ ଲୋକେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ବେଳେ ପ୍ରାୟ ଦୁଇ କିମି ପିଲାମାନେ ଚାଲି ଚାଲି ପାଠ ପଢ଼ିବାକୁ ଯାଉଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ କିଛି ଫଳ ମିଳୁ ନଥିବା ଅଭିଯୋଗ ହେଉଛି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।