Truck Gutted in Fire: ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍

Jul 08, 2026 - 10:48
Truck Gutted in Fire: ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍

ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍। ଭଦ୍ରକ ଭଣ୍ଡାରିପୋଖରୀ ଥାନା ୧୬ ନମ୍ବର ଜାତୀୟ ରାଜପଥର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍। ଯାନ୍ତ୍ରିକ ତ୍ରୁଟିରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। 

ଖବର ପାଇ ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ୍ ଓ ଭଣ୍ଡାରିପୋଖରୀ ଅଗ୍ନିଶମ ଵାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକଟି ଆଇରନ ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିଲା।  କିଛି ସମୟ ପାଇଁ ରାସ୍ତାରେ ଯାତାୟତ ଓ ଗାଡି ଚଳାଚଳ ବନ୍ଦ ରହିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।