Truck Loaded With Chillies Left Hanging From Overbridge: ଓଭରବ୍ରିଜ୍ ଉପରେ ଝୁଲିଛି ଲଙ୍କା ବୋଝେଇ ଟ୍ରକ୍, ଭାରସାମ୍ୟ ହରାଇ ଓଲଟି ପଡିଛି

Aug 11, 2026 - 18:04
Truck Loaded With Chillies Left Hanging From Overbridge: ଓଭରବ୍ରିଜ୍ ଉପରେ ଝୁଲିଛି ଲଙ୍କା ବୋଝେଇ ଟ୍ରକ୍, ଭାରସାମ୍ୟ ହରାଇ ଓଲଟି ପଡିଛି

ଓଭରବ୍ରିଜ୍ ଉପରେ ଝୁଲିଛି ଲଙ୍କା ବୋଝେଇ ଟ୍ରକ୍ । ସାମାନ୍ୟ ଏପଟସେପଟ ହେଲେ ବଡ଼ ଅଘଟଣ ଆଶଙ୍କା। ଯାଜପୁର କୋରେଇ ଥାନା ତେନ୍ତୁଳିଖୁଣ୍ଟା ରେଲୱେ ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ପରେ ଝୁଲି ରହିଛି ଟ୍ରକ୍ ।
ମହାରାଷ୍ଟ୍ରରୁ କୋଲକାତା ଅଭିମୁଖେ ଯାଉଥିବା ଲଙ୍କା ବୋଝେଇ ଟ୍ରକକୁ ଏକ ଅଜଣା ଗାଡ଼ି ସାଇଡ୍ ମାରିବାରୁ ଟ୍ରକଟି ଭାରସାମ୍ୟ ହରାଇଥିଲା।

ବ୍ରିଜ୍ ର ଡିଭାଇଡର୍ କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକଟି ବ୍ରିଜ୍ ଉପରେ ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି। ଟ୍ରକ୍ ଚାଳକ ଆହତ ହୋଇଥିବା ସୂଚନା। ଘଟଣାସ୍ଥଳରେ ଯାଜପୁର ରୋଡ୍ ଆରପିଏଫ୍ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି । 

ଓଭରବ୍ରିଜ୍ ଉପରେ ଝୁଲିଛି ଲଙ୍କା ବୋଝେଇ ଟ୍ରକ୍
ଏପଟସେପଟ ହେଲେ ବଡ଼ ଅଘଟଣ ଆଶଙ୍କା
ଯାଜପୁର ତେନ୍ତୁଳିଖୁଣ୍ଟା ରେଲୱେ ଓଭରବ୍ରିଜର ଘଟଣା
ମହାରାଷ୍ଟ୍ରରୁ କୋଲକାତା ଯାଉଥିଲା ଟ୍ରକ୍
ଅଜଣା ଗାଡ଼ି ସାଇଡ୍ ମାରିବାରୁ ଟ୍ରକଟି ଭାରସାମ୍ୟ ହରାଇଥିଲା
ବ୍ରିଜ୍ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।