Trump: ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ ବହିଷ୍କୃତ : ମାତ୍ର ୫ ଦିନରେ ବିଦାକଲେ ଟ୍ରମ୍ପ
"ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ନୂତନ ହ୍ୱାଇଟ୍ ହ୍ୱାଉସ୍ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ବହିଷ୍କାର କରିଛନ୍ତି।
କାର୍ଯ୍ୟଭାର ଗ୍ରହଣ କରିବାର ମାତ୍ର ୫ ଦିନ ମଧ୍ୟରେ ତାଙ୍କୁ ବିଦା କରାଯାଇଛି।
କେଟିଙ୍କ ଆଇନଗତ ଯୋଗ୍ୟତା ଏବଂ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ସମାଲୋଚନା ତେଜିବା ପରେ ଟ୍ରମ୍ପ ଏହି ପଦକ୍ଷେପ ନେଇଛନ୍ତି।
ଏହାପୂର୍ବରୁ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ କେଟିଙ୍କୁ ଏହି ଚାକିରି ବିଷୟରେ ପୁନର୍ବିଚାର କରିବାକୁ କହିଥିଲେ।
ସେ ତାଙ୍କ ସ୍ଥାନରେ ଥିଲେ ଏହି ପଦ ଛାଡ଼ିବାକୁ ଚିନ୍ତା କରିଥାନ୍ତେ ବୋଲି ମଧ୍ୟ ପ୍ରକାଶ କରିଥିଲେ।Advertisment ଆହୁରି ପଢନ୍ତୁ :Tata Motors: ଇଭେକୋକୁ ଟାଟା ମୋଟର୍ସର ଅଧିଗ୍ରହଣ ପ୍ରସ୍ତାବ ଆଗକୁ ବଢ଼ିଲା ଟ୍ରମ୍ପ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ କହିଛନ୍ତି ଯେ ମୋର ମତରେ କେଟିଙ୍କ ପ୍ରତି ବହୁତ ଅନ୍ୟାୟ କରାଯାଇଛି ଏବଂ ଗଣମାଧ୍ୟମ ତାଙ୍କୁ ଟାର୍ଗେଟ କରିଛି।
ସାମ୍ବାଦିକମାନେ ତାଙ୍କ ପ୍ରତି ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏଭଳି ସ୍ଥିତି ଦେଇ ଗତି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କେଟିଙ୍କୁ ପରାମର୍ଶ ଦେଇଥିଲେ।
ଚାକିରିର ପ୍ରଥମ ସପ୍ତାହ ମଧ୍ୟରେ ହିଁ ତାଙ୍କର ଯୋଗ୍ୟତା ଏବଂ ବାୟୋଡାଟା ଉପରେ ଅନେକ ପ୍ରଶ୍ନ ଉଠିଥିଲା।
ଫକ୍ସ ନ୍ୟୁଜ୍ ଏବଂ ନ୍ୟୁଜମ୍ୟାକ୍ସ ଭଳି ରକ୍ଷଣଶୀଳ ଗଣମାଧ୍ୟମରେ କମେଣ୍ଟେଟର ଭାବେ କାମ କରୁଥିବା କେଟି ନିଜକୁ ଜଣେ ଓକିଲ ବୋଲି ଦର୍ଶାଇ ଆସୁଥିଲେ।
ଆହୁରି ପଢନ୍ତୁ :Protest : ଏସ୍ଆଇଆର୍ ପ୍ରତିବାଦ : ଦିଲ୍ଲୀ ପୁଲିସ ମୁଖ୍ୟାଳୟ ସାମ୍ନାରେ ମହିଳା ସଂଗଠନର ବିକ୍ଷୋଭ ମାତ୍ର ସେ ଆମେରିକାର କୌଣସି ରାଜ୍ୟରେ କିମ୍ବା ପୂର୍ବରୁ କାମ କରିଥିବା ଚୀନ୍ରେ କୌଣସି ଆଇନଗତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ନେଇ ସେ ନିଜେ କୌଣସି ପ୍ରମାଣ ଦେଇପାରି ନାହାନ୍ତି।
ଏକ ସ୍ୱାଧୀନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କେଙ୍କ ପାଖରେ ଓକିଲାତି କରିବାର କୌଣସି ଲାଇସେନ୍ସ ନାହିଁ।
ଏକଦା ସାମ୍ବାଦିକମାନେ ତାଙ୍କୁ ଏହା ଉପରେ ପ୍ରଶ୍ନ କରିବା ବେଳେ "ମୁଁ ଯେତେବେଳେ ଚୀନ୍ ଗଲି" ବୋଲି କହି ସେ ନିଜ ଉତ୍ତର ଅଧାରୁ ଛାଡ଼ି ଦେଇଥିଲେ।
ସୂଚନାଯୋଗ୍ୟ, ଚୀନ୍ର ଜଟିଳ ଆଇନଗତ ବୃତ୍ତିଗତ ଯୋଗ୍ୟତା ପରୀକ୍ଷା କେବଳ ଚୀନ୍ର ନାଗରିକମାନେ ହିଁ ଦେଇପାରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।