Trump Welcomes Xi Jinping in US: ୧୧ ବର୍ଷ ପରେ ଆମେରିକା ଗସ୍ତରେ ଜିନ୍‌ପିଙ୍ଗ, ଦୁଇ ମହାଶକ୍ତିଙ୍କ ମଧ୍ୟରେ ହେବ ବଡ଼ ଆଲୋଚନା

Sep 24, 2026 - 10:49
Trump Welcomes Xi Jinping in US: ୧୧ ବର୍ଷ ପରେ ଆମେରିକା ଗସ୍ତରେ ଜିନ୍‌ପିଙ୍ଗ, ଦୁଇ ମହାଶକ୍ତିଙ୍କ ମଧ୍ୟରେ ହେବ ବଡ଼ ଆଲୋଚନା

ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ବୁଧବାର ଆମେରିକାର ୱାଶିଂଟନ୍‌ରେ ପହଞ୍ଚିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣରେ ସେ ସେପ୍ଟେମ୍ବର ୨୩ରୁ ୨୫ ପର୍ଯ୍ୟନ୍ତ ତିନିଦିନିଆ ଗସ୍ତ କରିଛନ୍ତି। ଏହା ୧୧ ବର୍ଷ ପରେ ଜିନ୍‌ପିଙ୍ଗଙ୍କ ପ୍ରଥମ ଆମେରିକା ଗସ୍ତ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ଗସ୍ତକୁ ଦୁଇ ଦେଶର ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି। 

ଜିନ୍‌ପିଙ୍ଗ ବୁଧବାର ୱାଶିଂଟନ୍‌ ନିକଟସ୍ଥ ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍‌ରେ ପହଞ୍ଚିବା ପରେ ରାଷ୍ଟ୍ରପତି ଟ୍ରମ୍ପ ନିଜେ ତାଙ୍କୁ ସ୍ୱାଗତ କରିଥିଲେ। ଗୁରୁବାର ହ୍ୱାଇଟ୍ ହାଉସ୍‌ରେ ଜିନ୍‌ପିଙ୍ଗଙ୍କ ପାଇଁ ରାଜକୀୟ ସ୍ୱାଗତ ସମାରୋହ ଓ ଷ୍ଟେଟ୍ ଡିନରର ମଧ୍ୟ ବ୍ୟବସ୍ଥା ରହିଛି।

ଜିନ୍‌ପିଙ୍ଗ ଶେଷ ଥର ପାଇଁ ୨୦୧୫ ସେପ୍ଟେମ୍ବରରେ ଆମେରିକା ଯାଇଥିଲେ। ସେତେବେଳେ ବାରାକ୍ ଓବାମା ଆମେରିକାର ରାଷ୍ଟ୍ରପତି ଥିଲେ। ଏହାପରେ ଜିନ୍‌ପିଙ୍ଗଙ୍କ ଏହି ଗସ୍ତକୁ ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ବାଣିଜ୍ୟ, ପ୍ରଯୁକ୍ତି ଓ ଭୂ-ରାଜନୈତିକ ମତଭେଦ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଆଲୋଚନା ଭାବେ ଦେଖାଯାଉଛି।

ଜିନ୍‌ପିଙ୍ଗ ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତ୍ତା (AI), ତାଇୱାନ୍ ଏବଂ ଇରାନ୍‌ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଉତ୍ତେଜନା କମାଇବା ଓ ଆର୍ଥିକ ସମ୍ପର୍କକୁ ସ୍ଥିର ରଖିବା ଉପରେ ମଧ୍ୟ ଗୁରୁତ୍ୱ ରହିବ। 

ଆମେରିକା-ଚୀନ୍ ସମ୍ପର୍କରେ ତାଇୱାନ୍ ଦୀର୍ଘଦିନ ଧରି ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଚୀନ୍ ତାଇୱାନ୍‌କୁ ନିଜ ଅଞ୍ଚଳର ଅଂଶ ବୋଲି ଦାବି କରୁଥିବା ବେଳେ, ଆମେରିକା ତାଇୱାନ୍‌କୁ ସମର୍ଥନ ଦେଇଆସିଛି। ତେଣୁ ଏହି ଗସ୍ତ ସମୟରେ ତାଇୱାନ୍‌କୁ ନେଇ ଦୁଇ ରାଷ୍ଟ୍ରପତିଙ୍କ ଆଲୋଚନା ଉପରେ ମଧ୍ୟ ନଜର ରହିବ।

ବର୍ତ୍ତମାନର ଆନ୍ତର୍ଜାତିକ ପରିସ୍ଥିତିରେ ଇରାନ୍ ସମ୍ପର୍କିତ ସଂଘର୍ଷ ମଧ୍ୟ ଟ୍ରମ୍ପ-ଜିନ୍‌ପିଙ୍ଗ ଆଲୋଚନାର ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ। ଚୀନ୍‌ର ଇରାନ୍ ସହ ସମ୍ପର୍କ ଥିବାରୁ ଏହି ପ୍ରସଙ୍ଗ ଦୁଇ ଦେଶର ଆଲୋଚନାରେ ଗୁରୁତ୍ୱ ପାଇବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।