TSCP Member Arrested ଟିଏସ୍‌ପିସି ସମର୍ଥକ ଗିରଫ, ଦେଶୀ ବନ୍ଧୁକ ସହ ୬୦ ଅଫୁଟା ଗୁଳି ଜବତ

Oct 12, 2026 - 22:55
TSCP Member Arrested ଟିଏସ୍‌ପିସି ସମର୍ଥକ ଗିରଫ, ଦେଶୀ ବନ୍ଧୁକ ସହ ୬୦ ଅଫୁଟା ଗୁଳି ଜବତ

"ବିଶ୍ରା:  ଝାଡ଼ଖଣ୍ଡର ଚତରା-ସିମରିଆ ମୁଖ୍ୟ ରାସ୍ତାରେ ଥିବା ସାଇନାଥ ଲାଇନ୍‌ ହୋଟେଲ ନିକଟରୁ ପୁଲିସ ମାଓବାଦୀ ସଂଗଠନର ଟିଏସ୍‌ପିସି (ତୃତୀୟ ସମ୍ମେଲନ ପ୍ରସ୍ତୁତି କମିଟି)ର ଜଣେ ସମର୍ଥକକୁ ଅସ୍ତ୍ରଶସ୍ତ୍ର ଓ ଜୀବନ୍ତ ଗୁଳି ସହ ଗିରଫ କରିଛି।Advertisment Maoist Dump found ମାଓ ଡମ୍ପ୍‌ରୁ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଉଦ୍ଧାର କିଛି ବର୍ଷ ପୂର୍ବେ ମାଓ ସଂଗଠନ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଯୋଗୁଁ କେତେକ ମାଓବାଦୀ ଦଳରୁ ବିତାଡ଼ିତ ହୋଇଥିଲେ।

ସେମାନେ ଟିଏସ୍‌ପିସି ଗଠନ କରି ନିଜର ଅପରାଧିକ କାର୍ଯ୍ୟକଳାପ ଚଳାଉଥିଲେ।

ଏହି ସଂଗଠନର ସଦସ୍ୟଙ୍କୁ ଆଜି ପୁଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତଜଣକ ଲାତେହାର ଜିଲ୍ଲାର ବାଲୁମାଥ ଥାନା ଅନ୍ତର୍ଗତ ମୁରପା ଗ୍ରାମର ମୁକେଶ ଗଞ୍ଜୁ ।

Multiple Maoist Dumps Busted ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ଏକାଧିକ ମାଓ ଡମ୍ପ ଠାବ: ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ପୁଲିସ ସୂଚନା ଅନୁସାରେ, ଅକ୍ଟୋବର ୧୧ରେ ସାଇନାଥ ଲାଇନ୍‌ ହୋଟେଲ ନିକଟରେ ଜଣେ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ଏବଂ କୌଣସି ଅପରାଧିକ ଘଟଣା ଘଟାଇବା ଯୋଜନାରେ ଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା।

ସୂଚନା ଆଧାରରେ ପୁଲିସ ଚଢ଼ଉ କରିଥିଲା।

ତଲାସି ସମୟରେ ତା"ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ୧୦ଟି ଜୀବନ୍ତ ଗୁଳି ମିଳିଥିଲା।

ପରେ ତାଙ୍କ ବୟାନ ଆଧାରରେ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଅନ୍ୟ ଗୁଳି ଜବତ କରାଯାଇଥିଲା।

ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତଜଣକ ଏହି ବନ୍ଧୁକ ଓ ଗୁଳି ଟିଏସ୍‌ପିସିର ଜଣେ ନକ୍ସଲଙ୍କଠାରୁ ପାଇଥିବା ସ୍ୱୀକାର କରିଛି।

ଏହି ଘଟଣାରେ ସଦର ଥାନା କେସ୍‌ ନମ୍ବର ୪୨୧/୨୦୨୬ ଅନୁଯାୟୀ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।