Turkmenistan: ଏହି ଦେଶରେ କଳା ରଙ୍ଗର ଗାଡ଼ି ଉପରେ ରହିଛି ବ୍ୟାନ୍: ଜାଣନ୍ତୁ ଏହା ପଛର ଅଜବ କାରଣ

Sep 20, 2026 - 17:21
Turkmenistan: ଏହି ଦେଶରେ କଳା ରଙ୍ଗର ଗାଡ଼ି ଉପରେ ରହିଛି ବ୍ୟାନ୍: ଜାଣନ୍ତୁ ଏହା ପଛର ଅଜବ କାରଣ

"ନୂଆଦିଲ୍ଲୀ: ତୁର୍କମେନିସ୍ତାନ ଦେଶ ତାହାର କଠୋର ଏବଂ ନିଆରା ନିୟମ ପାଇଁ ଜଣାଶୁଣା।

ଏହି ଦେଶର ରାଜଧାନୀ ଆଶଗାବାଟରେ କଳା ରଙ୍ଗର ଗାଡ଼ି ଚଲାଇବା ଉପରେ କଟକଣା କରାଯାଇଛି।

କଳା ରଙ୍ଗ ପରିବର୍ତ୍ତେ ସେଠାରେ ଧଳା କିମ୍ବା ଅନ୍ୟ ହାଲୁକା ରଙ୍ଗର ଗାଡ଼ି ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଏ।

ଏହି ଅଜବ ନିୟମ ଦେଶର ପୂର୍ବତନ ରାଷ୍ଟ୍ରପତି ଗୁରବାଙ୍ଗୁଲିଙ୍କ ନିଷ୍ପତ୍ତି ସହ ଜଡ଼ିତ।

ସେ ବିଶ୍ୱାସ କରୁଥିଲେ ଯେ ଧଳା ରଙ୍ଗ ପବିତ୍ରତା ଏବଂ ଭାଗ୍ୟର ପ୍ରତୀକ।

କଳା ରଙ୍ଗ ଦୁର୍ଭାଗ୍ୟ କିମ୍ବା ଅଶୁଭର ପ୍ରତୀକ।

ଏହି ବିଶ୍ୱାସ ଯୋଗୁଁ ରାଜଧାନୀରେ କଳା ରଙ୍ଗର ଗାଡ଼ି ରଖିବା ଏବଂ ଚଲାଇବା ଧୀରେ ଧୀରେ ନିଷେଧ କରାଗଲା।Advertisment କେବେଠାରୁ ଲାଗୁ ହେଲା ଏହି ବ୍ୟାନ୍?୨୦୧୫ ମସିହାରେ ସରକାର ଦେଶକୁ କଳା ରଙ୍ଗର ଗାଡ଼ି ଆମଦାନୀ କରିବା ଉପରେ ବ୍ୟାନ୍ ଲଗାଇଥିଲେ।

୨୦୧୮ ମସିହାରେ ରାଜଧାନୀ ଆଶଗାବାଟରେ ସମ୍ପୂର୍ଣ୍ଣ ଭାବେ କଳା ଗାଡ଼ି ବ୍ୟବହାର ଉପରେ କଟକଣା କଡ଼ାକଡ଼ି କରାଗଲା।

ନିୟମ ନମାନିଲେ ପୋଲିସ ଗାଡ଼ି ଜବତ କରେ।

ଗାଡ଼ି ମାଲିକଙ୍କୁ ନିଜ ଗାଡ଼ିର ରଙ୍ଗ ବଦଳାଇ ଧଳା, ସିଲଭର କିମ୍ବା ଗୋଲଡେନ ରଙ୍ଗ କରିବାକୁ ପଡ଼ିଥାଏ।

ଆହୁରି ପଢନ୍ତୁ: PTI Protest: ଇମ୍ରାନ୍ ଖାନଙ୍କ ଭଉଣୀ ଆଲିମା ଗିରଫ ଗାଡ଼ି ମାଲିକଙ୍କ ଉପରେ ଆର୍ଥିକ ବୋଝତୁର୍କମେନିସ୍ତାନରେ ଜଣେ ସାଧାରଣ ନାଗରିକଙ୍କ ହାରାହାରି ମାସିକ ଆୟ $୨୦୦ ରୁ $୩୦୦ (ଡଲାର) ହୋଇଥିବା ବେଳେ, ଗୋଟିଏ ଗାଡ଼ିର ରଙ୍ଗ ବଦଳାଇବା ପାଇଁ $୫୦୦ ରୁ $୧୦୦୦ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ, ଯାହା ଲୋକଙ୍କ ପାଇଁ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ।

ଆଶଗାବାଟ ସହରରେ ଥିବା ଅଧିକାଂଶ ବଡ଼ ବଡ଼ ସରକାରୀ ଓ ବେସରକାରୀ ବିଲ୍ଡିଂ ଧଳା ମାର୍ବଲରେ ତିଆରି ହୋଇଛି।

ସହରର ସୌନ୍ଦର୍ଯ୍ୟ ଓ ସମାନତା ବଜାୟ ରଖିବା ପାଇଁ ସବୁ ଗାଡ଼ିକୁ ମଧ୍ୟ ଧଳା ରଖିବାକୁ ଗୁରୁତ୍ୱ ଦିଆଯାଉଛି।

ଏହି ଦେଶରେ କେବଳ ଗାଡ଼ିର ରଙ୍ଗ ନୁହେଁ, ବରଂ ଗାଡ଼ି ସଫା ରଖିବା ମଧ୍ୟ ବାଧ୍ୟତାମୂଳକ।

ଯଦି କୌଣସି ବ୍ୟକ୍ତି ରାଜଧାନୀରେ ଧୂଳି କିମ୍ବା ମଇଳା ହୋଇଥିବା ଗାଡ଼ି ଚଲାନ୍ତି, ତେବେ ତାଙ୍କୁ ଭାରି ପରିମାଣର ଜରିମାନା ଦେବାକୁ ପଡ଼ିଥାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।