Turmeric and Chilli Powder Seized: ଡୁପ୍ଲିକେଟ୍ ମସଲା କାରବାର ଅଭିଯୋଗ, ଦୁଇଟି ମିଲ୍‌ରେ ପୋଲିସ ଚଢ଼ାଉ

Oct 12, 2026 - 15:37
Turmeric and Chilli Powder Seized: ଡୁପ୍ଲିକେଟ୍ ମସଲା କାରବାର ଅଭିଯୋଗ, ଦୁଇଟି ମିଲ୍‌ରେ ପୋଲିସ ଚଢ଼ାଉ

ମାର୍କେଟରେ ତିଆରି ହେଉଛି ଡୁପ୍ଲିକେଟ ମସଲା। ହଳଦୀ ଓ ଲଙ୍କା ଗୁଣ୍ଡରେ ମିଶୁଛି ଅପମିଶ୍ରିତ ପଦାର୍ଥ। ଏଭଳି ଅଭିଯୋଗରେ ବ୍ରହ୍ମପୁରରେ ଦୁଇଟି ମସଲା ମିଲ୍  ଉପରେ ପୋଲିସର ଚଢ଼ାଉ। ଅପମିଶ୍ରିତ ମସଲା ପ୍ରସ୍ତୁତ ଓ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ବଡ଼ବଜାର ଥାନା ପୋଲିସ ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ନୃସିଂହ ନଗରର ସପ୍ତମ ଲାଇନ୍  ଏବଂ ପ୍ରହଲ୍ଲାଦ ନଗରରେ ଥିବା ଦୁଇଟି ମସଲା ମିଲ୍ ରେ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ବସ୍ତା ବସ୍ତା ହଳଦୀ ଓ ଲଙ୍କା ଗୁଣ୍ଡ ସହ ୩୦ଟି ପ୍ୟାକେଟ୍  ଏବଂ ୪ଟି ମିଲିଂ ମେସିନ୍  ଜବତ ହୋଇଛି। ମସଲାରେ କଲର୍  ଓ ଖୁଦ ଗୁଣ୍ଡ ମିଶାଇ କମ୍  ଦାମ୍ ରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ମିଲ୍ ରେ ଜିଏସ୍ ଟି ଓ ପ୍ୟାକେଟ୍ ରେ ବ୍ରାଣ୍ଡ୍  ନାମ ନଥିବା ମଧ୍ୟ ଜଣାପଡ଼ିଛି। ପୂର୍ବରୁ ୨୦୨୨ରେ ମଧ୍ୟ ଏଭଳି ଅଭିଯୋଗରେ ଗିରଫ ହୋଇଥିଲେ। ଘଟଣାରେ ପୋଲିସ ଅଧିକ ତଦନ୍ତ କରୁଛି।.....

ମସଲା ମିଲ୍  ଉପରେ ଚଢ଼ାଉ
ମାର୍କେଟରେ ତିଆରି ହେଉଛି ଡୁପ୍ଲିକେଟ ମସଲା
ହଳଦୀ ଓ ଲଙ୍କା ଗୁଣ୍ଡରେ ମିଶୁଛି ଅପମିଶ୍ରିତ ପଦାର୍ଥ
ବ୍ରହ୍ମପୁରରେ ଦୁଇ ମସଲା ମିଲ୍  ଉପରେ ଚଢ଼ାଉ, ୨ ଅଟକ
କମ୍ ଦାମ୍ ରେ ବିକ୍ରି ହେଉଥିଲା ଅପମିଶ୍ରିତ ମସଲା

ମାର୍କେଟରେ ମିଳୁଛି ନକଲି ମସଲା
ହଳଦୀ ଓ ଲଙ୍କା ଗୁଣ୍ଡରେ ମିଶୁଛି ଅପମିଶ୍ରିତ କଲର୍
କମ ଦର ରେ ବିକ୍ରି କରି ବୁଲାଉଥିଲେ ଭୁଆଁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।