Tusker Found Dead in Dhenkanal Forest: ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର; ବନବିଭାଗ ଅଧିକାରୀଙ୍କ ଛାନଭିନ୍
ଦନ୍ତା ହାତୀର ମୃତ ଦେହ ଠାବ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ପା ନିକଟରେ ଦନ୍ତାର ମୃତ ଦେହ ଉଦ୍ଧାର କରାଯାଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ହିନ୍ଦୋଳ ରେଞ୍ଜର ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି ।
ମୃତ ହାତୀର ଆନୁମାନିକ ବୟସ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।
- ଦନ୍ତା ହାତୀର ମୃତଦେହ ଠାବ
- ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର
- ମୃତ ହାତୀର ବୟସ ୨୫-୩୦ ବର୍ଷ ହେବା ଅନୁମାନ
- ଘଟଣାସ୍ଥଳରେ ହିନ୍ଦୋଳ ବନବିଭାଗ ଅଧିକାରୀଙ୍କ ଛାନଭିନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।