Two Crew Members Rescued From Ship Reach Paradip: ପାରାଦୀପରେ ପହଞ୍ଚିଲେ ଜାହାଜରୁ ଉଦ୍ଧାର ୨କ୍ରୁ ମେମ୍ୱର, କୋଲକାତା ଦେଇ ପଠାଯିବ ଚୀନ୍
ବଙ୍ଗୋପସାଗରରେ MV Ocean Winner ଜାହାଜ ବୁଡ଼ିବା ଘଟଣାରେ ଆସିଛି ବଡ଼ ଅପଡେଟ୍। ସର୍ଚ୍ଚ ଅପରେସନ୍ ରେ ଜୀବନ୍ତ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଇଛି। ପ୍ରଥମେ ସେମାନଙ୍କୁ ବିଶାଖାପାଟଣା ନିଆଯାଇଥିଲା। ପାରାଦୀପରେ ପଚରାଉଚରା ପରେ ଦୁଇ କ୍ରୁ ସଦସ୍ୟଙ୍କୁ କୋଲକାତା ଦେଇ ଚୀନ୍ ପଠାଯିବ ବୋଲି ସୂଚନା ମିଳିଛି।
ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କ’ଣ ? କାହିଁକି ବୁଡ଼ିଗଲା MV Ocean Winner ? ଉଦ୍ଧାର ହୋଇଥିବା ଦୁଇ କ୍ରୁ ସଦସ୍ୟଙ୍କଠାରୁ ମିଳିପାରେ ଜାହାଜ ବୁଡ଼ିବା ସମୟର ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏହାସହ ନିଖୋଜ ୨୨ ନାବିକଙ୍କ ସନ୍ଧାନରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ୍। ଗତ ୨୦ ତାରିଖ ରାତିରେ ଓସେନ୍ ୱିନର୍ ପାରାଦୀପ ବନ୍ଦରର ବର୍ଥ ଛାଡ଼ିଥିଲା।
ଲୁହାପଥର ବୋଝେଇ କରି ଚୀନ୍ ଅଭିମୁଖେ ବାହାରିଥିଲା ଜାହାଜଟି। ପାରାଦୀପରୁ ପ୍ରାୟ ୨୩୦ ନଟିକାଲ ମାଇଲ୍ ଦୂରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାହାଜରେ ମୋଟ୍ ୨୪ ଜଣ ନାବିକ ଥିଲେ। ସେଥିରୁ ୨ ଜଣ ଜୀବନ୍ତ ଉଦ୍ଧାର ହୋଇଥିବା ବେଳେ ଚୀନ୍ ର ୧୮, ମିଆଁମାରର ୩ ଏବଂ ବାଂଲାଦେଶର ଜଣେ ନାବିକ ଏବେବି ନିଖୋଜ ଅଛନ୍ତି ।
ପାରାଦୀପରେ Ocean Winner କ୍ରୁ ମେମ୍ୱର
ଜାହାଜରୁ ଉଦ୍ଧାର ୨କ୍ରୁ ମେମ୍ୱର ପାରାଦୀପରେ ପହଞ୍ଚିଲେ
ଦୁଇ ଚାଇନିଜ୍ କ୍ରୁ ମେମ୍ୱରଙ୍କୁ ପାରାଦୀପ ଆଣିଲା କୋଷ୍ଟଗାର୍ଡ
ବିଶାଖାପାଟଣା ନିଆଯିବା ପରେ ପାରାଦୀପ ଆଣି ପଚରାଉଚରା
କୋଲକାତା ଦେଇ ଉଭୟଙ୍କୁ ଚୀନ୍ ପଠାଯିବ ବୋଲି ସୂଚନା
ପାରାଦୀପରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିଲା
ପାରାଦୀପରୁ ପ୍ରାୟ ୨୩୦ ନଟିକାଲ ମାଇଲ ଦୂରରେ ବୁଡ଼ିଯାଇଥିଲା
୨୪ ନାବିକଙ୍କ ମଧ୍ୟରୁ ୨ କ୍ରୁ ମେମ୍ୱର ଜୀବନ୍ତ ଉଦ୍ଧାର
ଚାଇନାର ୧୮, ମିଆଁମାର୍ ର ୩ ଓ ବାଂଲାଦେଶର ଜଣେ ନିଖୋଜ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।