Two Disturbing Crime Cases: କ୍ୟାପିଟାଲରେ କେବେ କଣ୍ଟ୍ରୋଲ୍ ହେବ କ୍ରାଇମ୍ ? ବୃଦ୍ଧାଙ୍କୁ ହତ୍ୟା ସହ ଲୁଟପାଟ୍ କଲା କେୟାରଟେକର

Nov 04, 2026 - 20:03
Two Disturbing Crime Cases: କ୍ୟାପିଟାଲରେ କେବେ କଣ୍ଟ୍ରୋଲ୍ ହେବ କ୍ରାଇମ୍ ? ବୃଦ୍ଧାଙ୍କୁ ହତ୍ୟା ସହ ଲୁଟପାଟ୍ କଲା କେୟାରଟେକର

ପୁଣିଥରେ ରକ୍ତରଞ୍ଜିତ ରାଜଧାନୀ ଭୁବନେଶ୍ୱର।

ଲକ୍ଷ୍ମୀ ସାଗର ଥାନା ବୁଦ୍ଧନଗରରେ ଏକାକୀ ରହୁଥିବା ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରି ଲୁଟପାଟ୍ ପରେ ଫେରାର ମାରିଛି କେୟାରଟେକର୍।

ସେପଟେ କେଳୁଚରଣ ପାର୍କରେ ଜଣେ ଯୁବକଙ୍କ କଟା ଗୋଡ଼ ମିଳିବା ପରେ ଉଡ଼ିଯାଇଛି ପୋଲିସର ହୋସ୍।

ଦୁଇ ଦୁଇଟି ହତ୍ୟା ମାମଲାରେ ଛାନଭିନ୍ ଆରମ୍ଭ କରିଛି କମିଶନରେଟ୍ ପୋଲିସ।

ସେପଟେ ଖୋଦ୍ ରାଜଧାନୀରେ ବୃଦ୍ଧାଙ୍କୁ ହତ୍ୟା ପରେ ବରିଷ୍ଠ ନାଗରକିକଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ।

Advertisment ନାଁ- କୁଞ୍ଜଲତା ନନ୍ଦ।

ବୟସ ୭୬ ବର୍ଷ।

ପୂର୍ବତନ ଡିଏଫଓ ହାଡ଼ିବନ୍ଧୁ ନନ୍ଦଙ୍କ ଧର୍ମପତ୍ନୀ।

ଘର ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର।

ସ୍ୱମୀଙ୍କ ମୃତ୍ୟୁ ପରେ କୁଞ୍ଜଲତା ଏହି ଘରେ ଏକାକୀ ରହୁଥିଲେ।

ଦୁଇ ପୁଅ ଥିଲେ ବି ଜଣେ ଆମେରିକାରେ ଆଉ ଜଣେ ମୁମ୍ୱାଇରେ ରହୁଛନ୍ତି।

ଦୁଇ ଝିଅ ବି ବାହା ହେବା ପରେ ଭୁବନେଶ୍ୱରର ଅନ୍ୟତ୍ର ରହୁଛନ୍ତି।

ଏକାକୀ ରହୁଥିବା କୁଞ୍ଜଲତାଙ୍କ ଦେଖାଶୁଣା ପାଇଁ ଘରେ କେୟାରଟେକର ଭାବେ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ବଳଭଦ୍ର ମହାରଣାଙ୍କୁ ନିଯୁକ୍ତ କରିଥିଲେ।

ହେଲେ ଯାହା ଉପରେ ଭରସା କରିଥିଲେ ସେ ହିଁ ବିଶ୍ୱାସରେ ବିଷ ଦେଇଛି।

ଗତକାଲି ରାତି ଅଧରେ କୁଞ୍ଜଲତାଙ୍କ ହାତଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର୍ ହୋଇଯାଇଛି କେୟାର ଟେକର୍।

ସକାଳୁ ପଡୋଶୀମାନେ ଏ ଘଟଣା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ।

ଲକ୍ଷ୍ମୀସାଗର ପୋଲିସ୍, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱର ଡିସିପି ଓ ପୋଲିସ କମିଶନର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି।

Advertisment ହତ୍ୟାକାଣ୍ଡ ପରେ ଲୁଟ୍ ସାମଗ୍ରୀ ଧରି କେୟାରଟେକର୍ ବଳଭଦ୍ର ଫେରାର ବେଳର ଦୃଶ୍ୟ ମଧ୍ୟ ସିସିଟିଭିରେ ହୋଇଛି କଏଦ୍।

ରାତି ପ୍ରାୟ ୨ଟା ୧୨ ବେଳେ ଦୁଇଟି ବ୍ୟାଗ୍ ଧରି ସ୍କୁଟି ଯୋଗେ ବଳଭଦ୍ର ଫେରାର ହୋଇଯାଉଥିବା ଦେଖିବାକୁ ମିଳିଛି।

ଲୁଟ୍ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ, ଫେରାର ବଳଭଦ୍ରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାରି ରହିଛି ଚଢ଼ାଉ।

ସେପଟେ ଆଜି ସକାଳୁ ସକାଳୁ ଗାଡ଼କଣ କେଳୁଚରଣ ପାର୍କ ଭିତରେ ଲୋକମାନେ ଏକ କଟା ଗୋଡ଼ ପଡିଥିବା ଦେଖିବାକୁ ପାଇଥିଲେ।

ଉଭୟ ମଞ୍ଚେଶ୍ୱର ଓ ଚନ୍ଦ୍ରଶେଖରପୁର ପୋଲିସ୍ ପହଞ୍ଚି ଏହି ମାମଲାର ଆରମ୍ଭ କରିଛି ତଦନ୍ତ।

କଟା ଗୋଡ଼ଟି ପାଖାପାଖି ମାସେ ତଳର ଏବଂ ଦରପୋଡ଼ା ଅବସ୍ଥାରେ ମିଳିଛି।

ସାଇଣ୍ଟିଫିକ ଟିମ୍ ଏହା ନିକଟରୁ ମିଳିଥିବା ଚୁଟି, ମାଂସ ନମୁନା ଆଦି ସଂଗ୍ରହ କରିଛି।

ଏନେଇ ପାର୍କର ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା ସହ ପାଖରେ ଥିବା ସିସିଟିଭି ଫଟେଜ୍ ଯାଞ୍ଚ, ଏବଂ ସମସ୍ତ ଥାନାରେ ହୋଇଥିବା ନିଖୋଜ ମାମଲାର ଫାଇଲ୍ ଘାଣ୍ଟୁଛି ପୋଲିସ୍।

ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଯୁବକଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କର ଖଣ୍ଡବିଖଣ୍ଡିତ ଶରୀରକୁ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରୁଛି ପୋଲିସ।

ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ ପରେ ଏବେ ଲୋକଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ।

ଅନ୍ୟପକ୍ଷରେ ଲକ୍ଷ୍ମୀସାଗର ହତ୍ୟାକାଣ୍ଡ ପରେ ଘରେ କେୟାର ଟେକର ରଖୁଥିଲେ ହୁଅନ୍ତୁ ସାବଧାନ।

କେୟାରଟେକର ସମ୍ୱନ୍ଧରେ ସମସ୍ତ ତଥ୍ୟ ଥାନାକୁ ଜଣାଇବା ପାଇଁ ପୋଲିସ କରିଛି ନିବେଦନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।