Two High-Speed Trains Collide: ମୃତ୍ୟୁର ଟ୍ରାକ୍! ସ୍ପେନ୍ରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଧକ୍କା
ସ୍ପେନ୍ରେ ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଭୟଙ୍କର ଧକ୍କା ।
ଏହି ଛାତିଥରା ଦୁର୍ଘଟଣାରେ ଅତି କମ୍ରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଖେଳିଯାଇଛି ଆତଙ୍କର ପରିବେଶ ।
Advertisment ସୂଚନା ଅନୁସାରେ, ବୁଧବାର ସ୍ଥାନୀୟ ସମୟ ସକାଳ ୯ଟା ପରେ ସ୍ପେନ୍ର ଟୋଲେଡୋ ପ୍ରଦେଶର ମୋରା ଓ ଓରଗାଜ୍ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି ।
ମାଡ୍ରିଡ୍ରୁ ସେଭିଲ୍ ରୁଟ୍ରେ ଚାଲୁଥିବା ରେନ୍ଫେ ଓ ଇରିଓ ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା ।
ଧକ୍କାର ପ୍ରଭାବରେ ଇରିଓ ଟ୍ରେନ୍ର ଦୁଇଟି ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି ।
ଦୁର୍ଘଟଣା ପରେ ଟ୍ରେନ୍ର ବଗିଗୁଡ଼ିକ କ୍ଷତିଗ୍ରସ୍ତ ହୋଇ ଟ୍ରାକ୍ ପାଖରେ ପଡ଼ିଥିବା ଦୃଶ୍ୟ ସାମ୍ନାକୁ ଆସିଛି ।
ଘଟଣାସ୍ଥଳରେ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ସହାୟତା ଯୋଗାଇଛନ୍ତି ।
ଦୁର୍ଘଟଣା ପରେ ମାଡ୍ରିଡ୍-ଆଣ୍ଡାଲୁସିଆ ହାଇସ୍ପିଡ୍ ରେଳପଥରେ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି ।
Advertisment ଏହି ଦୁର୍ଘଟଣାକୁ ନେଇ ସ୍ପେନ୍ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ସେ ପରିବହନ ମନ୍ତ୍ରୀ ଓ ଆଞ୍ଚଳିକ ସରକାରଙ୍କ ସହ ଯୋଗାଯୋଗରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି ।
ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଚାଲିଛି ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ଏହି ରେଳପଥରେ ଅନ୍ୟ ଏକ ଭୟଙ୍କର ଦୁର୍ଘଟଣାରେ ୪୬ ଜଣଙ୍କ ଜୀବନ ଯାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।