Two Missing Youths Found Safe: ୨୦ ଘଣ୍ଟା ପରେ ନିଖୋଜ ୨ ଯୁବକ ଉଦ୍ଧାର; ପଦ୍ମପୁର ଝାଞ୍ଜ ପାହାଡରେ ନିଖୋଜ ହୋଇଥିଲେ
ଦୀର୍ଘ ୨୦ ଘଣ୍ଟା ପରେ ଠାବ ହେଲେ ପାହାଡରେ ନିଖୋଜ ଦୁଇ ଯୁବକ। ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡରେ ନିଖୋଜ ହୋଇଥିବା ଦୁଇ ଯୁବକଙ୍କୁ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଠାବ କରାଯାଇଛି। ଯୁବକ ଉଦ୍ଧାର ପରେ ପରିବାର ଓ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। କନସିଂହା ଗାଁର ରାଜ ମଲ୍ଲିକ ଓ ଗଣେଶ ଡୁଡୁକା ଗତକାଲି ଝାଞ୍ଜ ପାହାଡ ନିକଟସ୍ଥ କୁଠିଖୋଲ ଅଞ୍ଚଳକୁ ଯାଇଥିବା ବେଳେ ରାସ୍ତା ଭୁଲି ନିଖୋଜ ହୋଇଯାଇଥିଲେ।
ସେମାନଙ୍କ ସହ କୌଣସି ଯୋଗାଯୋଗ ନ ହେବାରୁ ପରିବାର ପକ୍ଷରୁ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ଖବର ପାଇବା ପରେ ବନ ବିଭାଗ, ଅଗ୍ନିଶମ ବିଭାଗ ଏବଂ ଡିଭିଏଫ୍ ଟିମ୍ ମିଳିତ ଭାବେ ବ୍ୟାପକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। ପାହାଡ଼ିଆ ଓ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଲଗାତାର ପ୍ରାୟ ୨୦ ଘଣ୍ଟା ଧରି ଚାଲିଥିବା ଖୋଜାଖୋଜି ପରେ ଉଭୟ ଯୁବକଙ୍କୁ ଛତିଶଗଡ଼ ସୀମାନ୍ତ ବନୁଭଟା ଗାଁରେ ସୁରକ୍ଷିତ ଅବସ୍ଥାରେ ଠାବ କରାଯାଇଥିଲା। ଉଭୟ ଯୁବକ ସୁରକ୍ଷିତ ଥିବା ଜଣାପଡ଼ିବା ପରେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।
- ୨୦ ଘଣ୍ଟା ପରେ ନିଖୋଜ ୨ ଯୁବକ ଉଦ୍ଧାର
- ପଦ୍ମପୁର ଝାଞ୍ଜ ପାହାଡରେ ନିଖୋଜ ହୋଇଥିଲେ
- ଯୁବକ ଉଦ୍ଧାର ପରେ ପରିବାର ଓ ସ୍ଥାନୀୟ ଲୋକେ ଆଶ୍ୱସ୍ତ
- ଛତିଶଗଡ଼ ସୀମାନ୍ତ ବନୁଭଟା ଗାଁରେ ଠାବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।