Two Pilgrimage Buses Collide: ଦୁଇ ତୀର୍ଥଯାତ୍ରୀ ବସ୍ ଧକ୍କାରେ ୨୪ ଜଣ ଆହତ, ଯାଉଥିଲେ ପୁରୀ

Sep 22, 2026 - 10:34
Two Pilgrimage Buses Collide: ଦୁଇ ତୀର୍ଥଯାତ୍ରୀ ବସ୍ ଧକ୍କାରେ ୨୪ ଜଣ ଆହତ, ଯାଉଥିଲେ ପୁରୀ

ଭଦ୍ରକରେ ତୀର୍ଥଯାତ୍ରୀ ବସକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ରହିଥିବା ସୂଚନା ମିଳିଛି। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଧାମରା ରେଲଓ୍ୱେ ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଆଉ ଏକ ତୀର୍ଥଯାତ୍ରୀ ବସକୁ ଧକ୍କା ଦେଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତଙ୍କର ଚିକିତ୍ସା ଜାରି ରହିଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି । 

ତୀର୍ଥଯାତ୍ରୀ ବସକୁ ପିଟିଲା ତୀର୍ଥଯାତ୍ରୀ ବସ୍

ଭଦ୍ରକରେ ତୀର୍ଥଯାତ୍ରୀ ବସକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ୍
ଦୁର୍ଘଟଣାରେ ୨୪ ଜଣ ତୀର୍ଥଯାତ୍ରୀ ଆହତ
୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା
ବିଳମ୍ବିତ ରାତିରେ ଧାମରା ରେଲଓ୍ୱେ ଓଭରବ୍ରିଜ ନିକଟରେ ଦୁର୍ଘଟଣା
ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।