U19 Asia Cup: ଯୁବ ଏସିଆ କପ୍‌ ନଭେମ୍ବର ୫ରୁ: ୮ରେ ଭାରତ-ପାକିସ୍ତାନ ମୁକାବିଲା

Oct 09, 2026 - 12:46
U19 Asia Cup: ଯୁବ ଏସିଆ କପ୍‌ ନଭେମ୍ବର ୫ରୁ: ୮ରେ ଭାରତ-ପାକିସ୍ତାନ ମୁକାବିଲା

"ନୂଅଦିଲ୍ଲୀ: ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ଆଗାମୀ ପୁରୁଷ ୧୯ ବର୍ଷରୁ କମ୍‌ (ଯୁବ) ଏକଦିବସୀୟ ଏସିଆ କପ୍‌ ୨୦୨୬ ଲାଗି ସୂଚୀ ଘୋଷଣା କରିଛି।

ଓମାନ୍‌ରେ ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ମହାଦେଶୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଦୁଇ ଚିରପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ହାଇ ଭୋଲ୍‌ଟେଜ୍‌ ମ୍ୟାଚ୍‌ ନଭେମ୍ବର ୮ରେ ଖେଳାଯିବ।Advertisment ୬ରେ ନେପାଳ ବିପକ୍ଷରେ ଖେଳିବ ଭାରତ ଗ୍ରୁପ୍‌-ଏ"ରେ ୮ ଥରର ବିଜେତା ଭାରତ ସହ ପାକିସ୍ତାନ, ନେପାଳ ଓ ୟୁଏଇ ରହିଛନ୍ତି।

୬ ତାରିଖରେ ନେପାଳ ବିପକ୍ଷରେ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ‌୧୦ ତାରିଖରେ ୟୁଏଇ ବିପକ୍ଷରେ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ ଭାରତ।

ଅନ୍ୟ ଗ୍ରୁପ୍‌ରେ ବାଂଲାଦେଶ, ଶ୍ରୀଲଙ୍କା, ଅଫ୍‌ଗାନିସ୍ତାନ ଓ ମାଲେସିଆ ରହିଛନ୍ତି।

ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଲେଖାଏଁ ଦଳ ୧୨ ତାରିଖରେ ସେମିଫାଇନାଲ୍‌ ଖେଳିବେ।

୧୪ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ।

India T20 Series: ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଚାପ୍‌ମାନ, ଫୋକ୍ସ ବାଦ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।