UCC Debate in Odisha: ଓଡ଼ିଶାରେ ୟୁସିସି ଚର୍ଚ୍ଚା: ଧର୍ମ ନୁହେଁ, ନାଗରିକ ଭାବେ ଆଇନଗତ ଅଧିକାର ମିଳିବ
"ଭୁବନେଶ୍ବର: ୨୦୨୯ ସୁଦ୍ଧା ୨୧ଟି ବିଜେପି ଶାସିତ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ଏହାପରେ ଓଡ଼ିଶାରେ ଖୁବ୍ଶୀଘ୍ର ୟୁସିସି ଲାଗୁ କରିବାକୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଆଇନ ଲାଗୁ କରିବାକୁ ଆଇନ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିୟମ, ସୁପ୍ରିମକୋର୍ଟଙ୍କ ବିଭିନ୍ନ ନିର୍ଦ୍ଦେଶ, ସାମ୍ବିଧାନିକ ବ୍ୟବସ୍ଥା, ଉତ୍ତରାଖଣ୍ଡରେ ଲାଗୁ ହୋଇଥିବା ମୂଳ ଆଇନ ଏବଂ ଏଥିରେ ହୋଇଥିବା ସଂଶୋଧନ ସମେତ ବିଭିନ୍ନ ରାଜ୍ୟରେ ପ୍ରସ୍ତୁତ ହୋଇଥିବା ଚିଠା ଆଇନକୁ ତର୍ଜମା କରି ଓଡ଼ିଶାରେ ଏକ ଚିଠା ଆଇନ ପ୍ରସ୍ତୁତ ହେବ।
ଏଥିପାଇଁ ପ୍ରଥମେ ଏକ ବିଶେଷଜ୍ଞ କମିଟି ଗଠନ ହେବ।
ଆଇନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାରେ କିପରି ୟୁସିସି କାର୍ଯ୍ୟକାରୀ ହେବ ସେନେଇ ଏକ ୫ରୁ ୬ଜଣିଆ ବିଶେଷଜ୍ଞ କମିଟି ରୂପରେଖ ପ୍ରସ୍ତୁତ କରିବ।
ଏହାର ଅଧ୍ୟକ୍ଷ ଜଣେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରହିବେ।
ଏହି କମିଟିରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି, ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ଜଣେ ସମାଜସେବୀ, ଆଇନ ବିଭାଗର ଜଣେ ଅଧିକାରୀ ରହିବେ।
ସରକାର ଚାହିଁଲେ ଏହି କମିଟି ସଦସ୍ୟଙ୍କ ସଂଖ୍ୟା ବଢ଼ାଇପାରିବେ।
ଏହି କମିଟି ମୁଖ୍ୟତଃ ଗୋଟିଏ ରାଜ୍ୟ/ଦେଶରେ ଗୋଟିଏ ଆଇନ କିପରି ଲାଗୁ ହେବ ସେନେଇ ବିଭିନ୍ନ ପରାମର୍ଶ ଓ ପ୍ରସ୍ତାବ ଦେବେ।
ତେଣୁ ଓଡ଼ିଶାରେ ବିଶେଷଜ୍ଞ କମିଟି ଗଠନ ହେଲେ ହିଁ ଏହା ପରଠୁ ୟୁସିସି ପାଇଁ କାର୍ଯ୍ୟ ଆରମ୍ଭ ହେବ।Advertisment Nuakhai 2026: "ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ" ସମାନ ନାଗରିକ ସଂହିତା ଲାଗୁ ହେଲେ ରାଜ୍ୟରେ ଯେକୌଣସି ଧର୍ମର ଯିଏ ବି ବିବାହ କଲେ ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ନିୟମ ଅନୁପାଳନ କରିବାକୁ ହେବ।
ବିଭିନ୍ନ ଧର୍ମ ପାଇଁ ଥିବା ଭିନ୍ନ ଭିନ୍ନ ଆଇନ ଲାଗୁ ହେବନି।
ଓଡ଼ିଶାର କୌଣସି ନାଗରିକ ଏକାଧିକ ବିବାହ କରିପାରିବେନି।
ଅର୍ଥାତ୍ ସ୍ବାମୀ କି ସ୍ତ୍ରୀ ଜୀବିତ ଥିଲେ ସେମାନଙ୍କ ମଧ୍ୟରୁ କେହି ଅନ୍ୟତ୍ର ବିବାହ କରିପାରିବେନି।
କେବଳ ବିବାହ ନୁହେଁ ସବୁ ଧର୍ମ ପାଇଁ ଛାଡ଼ପତ୍ର କ୍ଷେତ୍ରରେ ବି ସମାନ ନିୟମ ଲାଗୁ ହେବ।
ଏଥିରେ ଛାଡ଼ପତ୍ର ପାଇଁ ଥିବା ଆଇନଗତ ପ୍ରକ୍ରିୟା, ଆଧାର, ପରବର୍ତ୍ତୀ ଅଧିକାର ପାଇଁ ସମାନ ଆଇନ ରହିବ।
ଭରଣପୋଷଣ କ୍ଷେତ୍ରରେ ବି ସମସ୍ତଙ୍କ ପାଇଁ ଏକ ସମାନ ଆଇନ ରହିବ।
ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ସମସ୍ତଙ୍କ ପାଇଁ ଆଇନଗତ ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ ହେବ।
ଧର୍ମ ନୁହେଁ, ନାଗରିକ ଭାବେ ଆଇନଗତ ଅଧିକାର ମିଳିବବିବାହରୁ ବିଚ୍ଛେଦ, ପୋଷ୍ୟରୁ ଉତ୍ତରାଧିକାରୀ ପର୍ଯ୍ୟନ୍ତ ନିୟମ ବଦଳିବ୯୬ଲକ୍ଷ ଜନଜାତିଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେବିଶେଷଜ୍ଞ କମିଟି ରୂପରେଖ ପ୍ରସ୍ତୁତ କରିବ ସେହିପରି ବିଭିନ୍ନ ଧର୍ମ ଅନୁଯାୟୀ ଭିନ୍ନ ଭିନ୍ନ ସମ୍ପତ୍ତି ଉତ୍ତରାଧିକାରୀ ନିୟମ ଥିବାବେଳେ ଘର, ଜମି, କୃଷି ଜମି, ପୈତୃକ ସମ୍ପତ୍ତି ଓ ଅନ୍ୟାନ୍ୟ ସମ୍ପତ୍ତି କ୍ଷେତ୍ରରେ ଉତ୍ତରାଧିକାରୀ ନିୟମ ସମାନ ରହିବ।
ଅର୍ଥାତ୍ ପୁଅ, ଝିଅଙ୍କୁ ସମାନ ଅଧିକାରୀ ମିଳିବ।
ପତ୍ନୀ/ସ୍ବାମୀଙ୍କର ବି ସମ୍ପତ୍ତିରେ ଅଧିକାର ରହିବ।
ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା ବି ଏକ ପ୍ରକାରର ହେବ।
ନିଜର ସନ୍ତାନ ଏବଂ ପୋଷ୍ୟ ସନ୍ତାନ କ୍ଷେତ୍ରରେ କୌଣସି ଅସାମଞ୍ଜସ୍ୟ ରହିବନି।
ଓଡ଼ିଶାରେ ଯଦିଓ ଏବେ ଲିଭ୍ ଇନ୍ ପରମ୍ପରା ବେଶ୍ ପ୍ରଚଳିତ ନାହିଁ।
କିନ୍ତୁ ଭବିଷ୍ୟତ ପିଢ଼ିଙ୍କୁ ନଜରରେ ରଖି ଯିଏ ଲିଭ୍ ଇନ୍ରେ ରହିବେ ସେମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବ।
ବିବାହ ବିଚ୍ଛେଦ ପରି ଲିଭ୍ ଇନ୍ରେ ବି ସମ୍ପର୍କ ତୁଟାଇ ହେବ।
ଲିଭ୍ ଇନ୍ରେ ଥିବାବେଳେ ଯଦି କୌଣସି ସନ୍ତାନସନ୍ତତି ଥିବେ ତେବେ ସେମାନଙ୍କୁ ବି ହକ୍ ମିଳିବ।
ଏହାବାଦ୍ ବିଭିନ୍ନ ଧର୍ମ ଆଧାରରେ ଥିବା ନିୟମକୁ ଏକତ୍ରୀକରଣ କରି ଗୋଟିଏ ନିୟମ ଲାଗୁ କରାଯିବ।
Bombing: ସାହି ଝଗଡାରୁ ବୋମା ମାଡ: ଦାସ ସାହି ଦାଣ୍ଡରେ ଫୁଟିଲା ବୋମା କିନ୍ତୁ ଓଡ଼ିଶାରେ ୟୁସିସି ଲାଗୁ କଲେ ଜନଜାତି ସମ୍ପ୍ରଦାୟଙ୍କୁ ବାଦ୍ େଦବେ ନା ସେମାନଙ୍କ ପାଇଁ ସମାନ ଅଧିକାର ରହିବ ତାହା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ।
କାରଣ ଉତ୍ତରାଖଣ୍ଡରେ ମୋଟ ଜନସଂଖ୍ୟାର ମାତ୍ର ୨.୯% ଜନଜାତି ସମ୍ପ୍ରଦାୟ (ପ୍ରାୟ ୨.୯୨ଲକ୍ଷ ଲୋକ) ଥିବାେବଳେ ସେମାନଙ୍କୁ ଏହି ନିୟମରୁ ବାଦ୍ ଦିଆଯାଇଛି।
ହେଲେ ଓଡ଼ିଶାରେ ମୋଟ ଜନସଂଖ୍ୟାର ୨୨.୮୫% ଅର୍ଥାତ୍ ପ୍ରାୟ ୯୫.୯୧ଲକ୍ଷ ଜନଜାତି ସମ୍ପ୍ରଦାୟର ଅଛନ୍ତି।
ଏଥିରେ ମୋଟ ୧୩ଟି ପିଭିଟିଜି ସମେତ ମୋଟ ୬୨ଟି ସମ୍ପ୍ରଦାୟର ଜନଜାତି ଅଛନ୍ତି।
ଜନଜାତିଙ୍କ ମଧ୍ୟରେ ବିଭିନ୍ନ ସମ୍ପ୍ରଦାୟର ପରମ୍ପରା, ଅଧିକାର ଭିନ୍ନ ଭିନ୍ନ।
ଅର୍ଥାତ୍ ସେମାନଙ୍କର ଧର୍ମ ନୁହେଁ, ସମ୍ପ୍ରଦାୟ ଆଧାରିତ ନିୟମ।
ବିବାହ, ବିଚ୍ଛେଦ, ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ କ୍ଷେତ୍ରରେ ଭିନ୍ନ ଭିନ୍ନ ନିୟମ ଲାଗୁ ହୁଏ।
ତେଣୁ ଏହି ବଡ଼ ଭୋଟ୍ ବ୍ୟାଙ୍କ ଉପରେ ରାଜ୍ୟ ସରକାର ଗୋଟିଏ ନିୟମ ଲଦିଦେବେ ନା ସେମାନଙ୍କ ପାଇଁ କିଛି ପୃଥକ ନିୟମ ଆଣିବେ ନା ସେମାନଙ୍କୁ ୟୁସିସିରୁ ବାଦ୍ ଦେବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ଆଇନ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ୟୁସିସି ଲାଗୁ କରିବା ପାଇଁ ପ୍ରଥମେ ବିଶେଷଜ୍ଞ କମିଟି ଗଠନ ହେବ, ଏହାପରେ ଚିଠା ୟୁସିସି ପ୍ରସ୍ତୁତ ହେବ।
ଲୋକଙ୍କ ମତାମତ ନିଆଯିବ, କ୍ୟାବିନେଟ୍ ଅନୁମୋଦନ ହେବ, ବିଧାନସଭାରେ ବିଲ୍ ଆସିବ ଏବଂ ଆଲୋଚନା ପରେ ପାରିତ ହେବ।
ଏହାକୁ ରାଜ୍ୟପାଳଙ୍କ ପାଖକୁ ପଠାଯିବ।
ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇବେ।
ରାଷ୍ଟ୍ରପତି ଅନୁମୋଦନ କଲେ ଏହା ରାଜ୍ୟରେ କାର୍ଯ୍ୟକାରୀ ହେବ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା କେବଳ ବିଜେପି ଶାସିତ ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହୋଇଥିବାବେଳେ ଆସାମ, ମଧ୍ୟପ୍ରଦେଶ, ଗୁଜରାଟରେ ଏହାକୁ ଲାଗୁ କରିବାକୁ ବିଧାନସଭାରେ ପାରିତ ହୋଇଛି।
କିନ୍ତୁ ରାଷ୍ଟ୍ରପତି ଏପର୍ଯ୍ୟନ୍ତ ଏହି ବିଲ୍କୁ ମଞ୍ଜୁରି ଦେଇନାହାନ୍ତି।
ଏପରିସ୍ଥଳେ ଓଡ଼ିଶାରେ ଏହାକୁ କିପରି ଲାଗୁ କରାଯିବ, ସରକାର କେବେ ବିଶେଷଜ୍ଞ କମିଟି ଗଠନ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।