UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

Aug 16, 2026 - 21:20
UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ ସୋସିଓଲୋଜି ଏହି ୩ଟି ବିଷୟର ପରୀକ୍ଷା ପୁଣି ଥରେ କରାଇପାରେ । ଏହି ୩ଟି ପେପରକୁ ନେଇ ଅଭିଯୋଗ ଆସିବା ପରେ NTA ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା।

ଇଂରାଜୀ ପେପରରେ ୨୦୨୪ର ଅନେକ ପ୍ରଶ୍ନ ପୁଣିଥରେ ଆସିଥିବା ଅଭିଯୋଗ ହୋଇଛି । ସେହିପରି ସୋସିଓଲୋଜି ପେପରରେ ଶବ୍ଦ ଲେଖା, ଭାଷା ଓ ପ୍ରିଣ୍ଟିଂ ସମ୍ପର୍କିତ ଅନେକ ତ୍ରୁଟି ଥିବା ନେଇ ଅଭିଯୋଗ ଆସିଛି । ବର୍ତ୍ତମାନ ସୁଦ୍ଧା ଏହି ୩ଟି ବିଷୟର ପ୍ରୋଭିଜନାଲ ଆନ୍ସର କି ଜାରି ହୋଇନାହିଁ । ଅନ୍ୟ ବିଷୟଗୁଡ଼ିକର ଆନ୍ସର କି ଜାରି ହୋଇସାରିଛି । ସୂଚନା ଅନୁସାରେ, ଏହି ପେପରଗୁଡ଼ିକରେ ତ୍ରୁଟି ଥିବାରୁ ପୁଣି ପରୀକ୍ଷା କରାଇବା ନେଇ ବିଚାର ଚାଲିଛି। UGC-NET ଜୁନ୍ ୨୦୨୬ ପରୀକ୍ଷା ଜୁନ୍ ୨୨ରୁ ୩୦ ତାରିଖ ମଧ୍ୟରେ ହୋଇଥିଲା। କମର୍ସ ପରୀକ୍ଷା ଜୁନ୍ ୨୪, ଇଂରାଜୀ ଜୁନ୍ ୨୫ ଏବଂ ସୋସିଓଲୋଜି ପରୀକ୍ଷା ଜୁନ୍ ୩୦ରେ ହୋଇଥିଲା।

ଏହା ପୂର୍ବରୁ NTA ରବିବାର ୮୪ଟି ବିଷୟର ପ୍ରୋଭିଜନାଲ ଆନ୍ସର କି ଜାରି କରିଛି । ଜୁନ୍ ସେସନରେ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ UGC-NETର ଅଧିକାରିକ ୱେବସାଇଟ୍‌ରେ ଆନ୍ସର କି ସହ ନିଜର ରେକର୍ଡ ହୋଇଥିବା ଉତ୍ତର ଦେଖିପାରିବେ। ଆନ୍ସର କିକୁ ନେଇ ଆପତ୍ତି ଦାଖଲ କରିବାର ସୁବିଧା ମଧ୍ୟ ଦିଆଯାଇଛି। ଅଗଷ୍ଟ ୧୮ରାତି ୧୧:୫୯ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆନ୍ସର କିକୁ ଚ୍ୟାଲେଞ୍ଜ କରିପାରିବେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।