Ukraine: ୟୁକ୍ରେନର କିଏଭରେ ରୁଷିଆର ଭୟଙ୍କର ମିସାଇଲ୍-ଡ୍ରୋନ୍ ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୨ ମୃତ

Sep 01, 2026 - 13:24
Ukraine: ୟୁକ୍ରେନର କିଏଭରେ ରୁଷିଆର ଭୟଙ୍କର ମିସାଇଲ୍-ଡ୍ରୋନ୍ ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୨ ମୃତ

"କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଓ ଏହାର ଆଖପାଖ ଅଞ୍ଚଳରେ ରୁଷିଆ ପକ୍ଷରୁ କ୍ରମାଗତ ଷଷ୍ଠ ଦିନ ପାଇଁ ହୋଇଥିବା ଆକାଶମାର୍ଗ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି।

ରୁଷିଆ ପକ୍ଷରୁ କ୍ଷେପଣାସ୍ତ୍ର ଓ ମାରାତ୍ମକ ଡ୍ରୋନ୍ ଜରିଆରେ କିଭ୍ ର ଜନବସତି ଓ ନାଗରିକ ଭିତ୍ତିଭୂମି ଉପରେ ଏହି ନିଷ୍ଠୁର ଆକ୍ରମଣ କରାଯାଇଛି।

ଆକ୍ରମଣ ଯୋଗୁଁ ଅନେକ ଘର ନିଆଁ ଲାଗିଯିବା ସହ ବହୁ ସଂଖ୍ୟକ ନାଗରିକ ଗୁରୁତର ଆହତ ହୋଇଛନ୍ତି।Advertisment ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସୋସିଆଲ ମିଡିଆ ପ୍ଲାଟଫର୍ମ ''ଏକ୍ସ'' ରେ ଏହି ବିଧ୍ୱଂସକାରୀ ଆକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରୁଷିଆ ପକ୍ଷରୁ ପ୍ରଚୁର ପରିମାଣର ଜେଟ୍-ଚାଳିତ ଡ୍ରୋନ୍ ଏବଂ ବାଲିଷ୍ଟିକ୍ ମିସାଇଲ୍ ପ୍ରୟୋଗ କରାଯାଇଛି, ଯାହା ଦ୍ୱାରା ବ୍ୟାପକ ଆବାସିକ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।

ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ସମେତ ମୋଟ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ନିଜର ସମବେଦନା ଜଣାଇବା ସହ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ଓ ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି।

ଶାହବାଜଙ୍କ ଉପସ୍ଥିତିରେ ପାକିସ୍ତାନ ଉପରେ କଡ଼ା ପ୍ରହାର କଲେ ପ୍ରଧାନମନ୍ତ୍ରୀ ମୋଦୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।