UN VS Iran: ‘ଶୋଲେ’ର ଠାକୁର ମିମ୍‌ରେ UNକୁ ଇରାନର ଟାର୍ଗେଟ୍! କହିଲା ପଙ୍ଗୁ

Sep 30, 2026 - 14:58
UN VS Iran: ‘ଶୋଲେ’ର ଠାକୁର ମିମ୍‌ରେ UNକୁ ଇରାନର ଟାର୍ଗେଟ୍! କହିଲା ପଙ୍ଗୁ

"ନୂଆଦିଲ୍ଲୀ: ବଲିଉଡ୍‌ର "ଠାକୁର"...

ଆଉ ଟାର୍ଗେଟ୍‌ରେ ମିଳିତ ଜାତିସଂଘ! "ଶୋଲେ"ର ସେହି ପ୍ରସିଦ୍ଧ ଚରିତ୍ରକୁ ନେଇ UNକୁ ଏମିତି ଟାର୍ଗେଟ୍ କରିଛି ଇରାନ, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍।

ଭାରତରେ ଥିବା ଇରାନୀ ଦୂତାବାସ ସୋସିଆଲ୍ ମିଡିଆରେ ଏକ ମିମ୍‌ ସେୟାର କରିଛି।

ମିମ୍‌ରେ ଗୋଟିଏ ପଟେ ରହିଛନ୍ତି ମାର୍ଭେଲ୍‌ର ଡକ୍ଟର ଷ୍ଟ୍ରେଞ୍ଜ୍‌...

ଅନ୍ୟପଟେ ଅଛନ୍ତି "ଶୋଲେ"ର ଠାକୁର ବଳଦେବ ସିଂହ।

ଏହି ଦୁଇ ଚରିତ୍ରଙ୍କୁ ନେଇ UNର ଦୁଇଟି ଭିନ୍ନ ଚିତ୍ର ଦେଖାଇଛି ଇରାନୀ ଦୂତାବାସ।Advertisment  ମିମ୍‌ର ପ୍ରଥମ ଭାଗରେ ଅନେକ ହାତ ଥିବା ଡକ୍ଟର ଷ୍ଟ୍ରେଞ୍ଜ୍‌ଙ୍କ ଫଟୋ ରହିଛି।

ଏହା ଉପରେ ଲେଖାଯାଇଛି  "ସ୍କୁଲ୍‌ ବହି ଅନୁସାରେ UN"।

ଅର୍ଥାତ୍‌ ଅନେକ କ୍ଷେତ୍ରରେ କାମ କରିବାର କ୍ଷମତା ଥିବା ଏକ ଶକ୍ତିଶାଳୀ ସଂଗଠନ।

ହେଲେ ଦ୍ୱିତୀୟ ଭାଗରେ ଦେଖାଯାଇଛି "ଶୋଲେ"ର ଠାକୁରଙ୍କୁ।

ଫିଲ୍ମରେ ଗବର ସିଂହଙ୍କ ଆକ୍ରମଣ ପରେ ଠାକୁର ଦୁଇ ହାତ ହରାଇଥିଲେ।

ଏହି ଫଟୋ ତଳେ ଲେଖାଯାଇଛି "ବାସ୍ତବରେ UN"।

ଏହା ଜରିଆରେ UNର କାର୍ଯ୍ୟକ୍ଷମତା ଉପରେ ବ୍ୟଙ୍ଗ କରିଛି ଇରାନ।

US Treasury: ଇରାନର ଅସ୍ତ୍ରଶସ୍ତ୍ର କ୍ରୟ ନେଟୱାର୍କ ଉପରେ କଡ଼ା କଟକଣା ଲଗାଇଲା ଆମେରିକା:୧୩ ବ୍ୟକ୍ତି ଏବଂ ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଇରାନ  ବ୍ୟଙ୍ଗାତ୍ମକ ଭାବେ UNକୁ  କହିଛି  ବହିରେ ପାୱାରଫୁଲ୍… ବାସ୍ତବରେ ହାତ ବନ୍ଧା!

ତେବେ ଏହି ମିମ୍‌ରେ ଇରାନ କୌଣସି ନିର୍ଦ୍ଦିଷ୍ଟ UN ପ୍ରସ୍ତାବ କିମ୍ବା ଘଟଣାର ନାଁ ନେଇନାହିଁ।

କିନ୍ତୁ ବଡ଼ ବଡ଼ ଅନ୍ତର୍ଜାତୀୟ ସଂଘର୍ଷରେ UNର ଭୂମିକା ଓ ସୀମାକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏହି ପୋଷ୍ଟ ସାମ୍ନାକୁ ଆସିଛି।

ବିଶେଷକରି ଆମେରିକା-ଇରାନ ତିକ୍ତତା ସମୟରେ UN ଶାନ୍ତି ଓ ଆଲୋଚନା ପାଇଁ ଆହ୍ୱାନ କରିଥିଲେ ମଧ୍ୟ ସଂଘର୍ଷ ଜାରି ରହିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

୮୧ତମ UN ମହାସଭା ପାଇଁ ବିଶ୍ୱ ନେତାମାନେ ନ୍ୟୁୟର୍କରେ ଏକାଠି ହୋଇଥିବା ସମୟରେ ଏହି ମିମ୍‌ ସେୟାର ହୋଇଛି।

କେବଳ UN ନୁହେଁ, ଅନ୍ତର୍ଜାତୀୟ ପ୍ରସଙ୍ଗରେ ନିଜର ବାର୍ତ୍ତା ପହଞ୍ଚାଇବା ପାଇଁ ଇରାନୀ ଦୂତାବାସ ଓ କନସୁଲେଟ୍‌ଗୁଡ଼ିକ ମିମ୍‌, ସିନେମା ଓ ପପ୍‌-କଲ୍‌ଚରର ସାହାରା ନେଉଛନ୍ତି।

ନିକଟରେ ହାଇଦ୍ରାବାଦସ୍ଥିତ ଇରାନୀ କନସୁଲେଟ୍ ମଧ୍ୟ "ବାହୁବଳୀ"ର ଏକ ଯୁଦ୍ଧ ଦୃଶ୍ୟ ସେୟାର କରି ଇରାନୀ ରାଷ୍ଟ୍ରପତିଙ୍କ UN ଭାଷଣର ବାର୍ତ୍ତା ସହ ଯୋଡ଼ିଥିଲା।    "ଶୋଲେ"ର ଠାକୁରଠୁ "ବାହୁବଳୀ"...

ଭାରତୀୟ ସିନେମା ଜରିଆରେ ଇରାନର ଡିଜିଟାଲ୍ ଡିପ୍ଲୋମାସି!

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।