Uncle and Nephew Death: ଇଟା କାଢ଼ୁଥିଲେ କାକା, ପାଖରେ ବସିଥିଲା ପୁତୁରା; ହଠାତ୍ ଧସିଲା ମାଟି, ଚାଲିଗଲା ଦୁଇ ଜୀବନ
ପ୍ରାୟ ୩୦ ଫୁଟ ଗାତ ତଳେ ଚାପି ହୋଇଗଲେ କାକା ଏବଂ ପୁତୁରା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। କାକା ଗାତରୁ ଇଟା କାଢୁଥିଲେ ଏବଂ ପୁତୁରା ପାଖରେ ବସିଥିଲା। ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ସହାରନପୁର ଜିଲ୍ଲାରେ ଘଟିଛି। ଶନିବାର ଏକ ନଳକୂପ ନିକଟରେ ଖୋଳାଯାଇଥିବା ପ୍ରାୟ ୩୦ ଫୁଟ ଗଭୀର ଗାତର ଭଗ୍ନାବଶେଷ ତଳେ ଚାପି ହୋଇ କାକା ଏବଂ ଭଣଜାଙ୍କ ମୃତ୍ୟୁ ଘଟିଛି।
ମାଟି ଧସିବା କାରଣରୁ ଏପରି ଘଟିଥିବା ଅନୁମାନ କରାଯାଉଛି। ଚିରାଉ ଗାଁର ୪୫ ବର୍ଷୀୟ ରାଜେନ୍ଦ୍ର ଏବଂ ୧୨ ବର୍ଷୀୟ ପୁତୁରା ଗୌରବ ଉଭୟ ଗାତ କଡରେ ଇଟା କାଢିବା ସମୟରେ ହଠାତ୍ ମାଟିର ବଡ ଖଣ୍ଡ ଖସିଥିଲା। ଯାହା ଫଳରେ ଉଭୟ ଗାତରେ ପଡିଯାଇଥିଲେ।
ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ବାହିନୀ ଖଟଣାସ୍ଥଳରେ ପହଞ୍ଚିଥିଲେ। ଜେସିବି ସାହାଯ୍ୟରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା। ବହୁତ ଚେଷ୍ଟା ପରେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା।
ମାଟି ତଳେ ଚାପି ହୋଇଥିବା ଗୌରବର କିଛି କ୍ଷତି ନ ହେବା ପାଇଁ ବହୁ ସତର୍କତା ସହ ଉଦ୍ଧାର କରାଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯିବା ସତ୍ତ୍ୱେ ଗୌରବର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।