Uncontrolled diabetes: ଅନିୟନ୍ତ୍ରିତ ମଧୁମେହ ପାଇଁ ବଢ଼ୁଛି ବିପଦ: ଏସ୍‌ସିବିରେ ବଢୁଛନ୍ତି ଫୁଟ୍‌ ଅଲସର୍‌ ରୋଗୀ

Oct 30, 2026 - 07:06
Uncontrolled diabetes: ଅନିୟନ୍ତ୍ରିତ ମଧୁମେହ ପାଇଁ ବଢ଼ୁଛି ବିପଦ: ଏସ୍‌ସିବିରେ ବଢୁଛନ୍ତି ଫୁଟ୍‌ ଅଲସର୍‌ ରୋଗୀ

କଟକ : ଅନିୟନ୍ତ୍ରିତ ମଧୁମେହ ରୋଗ ପାଇଁ ଏବେ ବଢୁଛି ଫୁଟ୍‌ ଅଲସର ବା ପାଦ ଘା' ରୋଗୀଙ୍କ ସଂଖ୍ୟା।

ଏସ୍‌ସିବି ସର୍ଜରି ବିଭାଗରେ ମାସକୁ ହାରାହାରି ଭାବେ ଆଉଟଡୋରରେ ୩୦୦ ରୋଗୀ ଚିକିତ୍ସିତ ହେଉଛନ୍ତି।

ଏସ୍‌ସିବି ଏଣ୍ଡୋକ୍ରାଇନୋଲୋଜି ବିଭାଗର ତଥ୍ୟ ମୁତାବକ, ଓଡ଼ିଶାରେ ବର୍ତ୍ତମାନ ୪୦ ଲକ୍ଷରୁ ଅଧିକ ମଧୁମେହ ରୋଗୀ ଅଛନ୍ତି।

କେବଳ କଟକ ଜିଲ୍ଲାରେ ଅଢ଼େଇ ଲକ୍ଷ ଲୋକ ମଧୁମେହରେ ଆକ୍ରାନ୍ତ ହେଲେଣି।

ଏଣ୍ଡୋକ୍ରାଇନୋଲୋଜି ବିଭାଗର ଓପିଡିକୁ ଦୈନିକ ହାରାହାରି ୩୫୦ ଜଣ ମଧୁମେହ ରୋଗୀ ଆସୁଛନ୍ତି।

ଏଥିରୁ ଟାଇପ-୧ ଡାଇବେଟିସ୍ ରୋଗୀ ୫ ପ୍ରତିଶତ ଥିବା ବେଳେ ୯୫ ପ୍ରତିଶତ ହେଉଛି ଟାଇପ୍-୨ ଡାଇବେଟିସରେ ଆକ୍ରାନ୍ତ।

ଏହି ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ଫୁଟ୍‌ ଅଲସର ଦେଖାଯାଉଛି।

ଫୁଟ୍‌ ଅଲସର ଚିହ୍ନଟ ରୋଗୀଙ୍କୁ ସର୍ଜରି ବିଭାଗକୁ ପଠାଯାଉଛି।

ସର୍ଜରି ବିଭାଗ ଆଉଟଡୋରକୁ ମାସିକ ୩୦୦ ରୋଗୀ ଯାଉଥିବା ବେଳେ ସେଥିରୁ ହାରାହାରି ୨୦ ଜଣ ଇନ୍‌ଡୋରରେ ଭର୍ତ୍ତି ହେଉଛନ୍ତି।

୫୦ ବର୍ଷରୁ ଅଧିକ ବୟସର ରୋଗୀ ଏହି ଫୁଟ୍‌ ଅଲସରରେ ଆକ୍ରାନ୍ତ ହେଉଛନ୍ତି।

୬୦ ପ୍ରତିଶତ ରୋଗୀ ପୁରୁଷ ହୋଇଥିବା ବେଳେ ୪୦ ପ୍ରତିଶତ ରୋଗୀ ହେଉଛନ୍ତି ମହିଳା।

କଟକ, କେନ୍ଦ୍ରାପଡ଼ା , ଜଗତସିଂହପୁର ଇତ୍ୟାଦି ଜିଲ୍ଲାରୁ ଅଧିକ ସଂଖ୍ୟାରେ ଫୁଟ୍ ଅଲସର ରୋଗୀ ଆସୁଥିବା ବେଳେ କଟକ ଜିଲ୍ଲା ନରସିଂହପୁୁରରେ ଏହି ସଂଖ୍ୟା ଅଧିକ ଥିବା କୁହାଯାଉଛି।

Advertisment Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ ଏସ୍‌ସିବିରେ ବଢୁଛନ୍ତି ଫୁଟ୍‌ ଅଲସର୍‌ ରୋଗୀ ସର୍ଜରି ବିଭାଗରେ ଖୋଲିବ ଡାଇବେଟିକ୍ କ୍ଲିନିକ୍ ମଧୁମେହ ନିୟନ୍ତ୍ରଣରେ ନ ରହିଲେ ଆଖି, କିଡ୍‌ନିକୁ ନଷ୍ଟ କରେ।

ଗୋଡ଼ର ସ୍ନାୟୁ ଦୁର୍ବଳ ହୋଇଯାଏ।

ପାଦରେ ଅଜାଣତରେ ଖଣ୍ଡିଆ ହେଲେ ଘା' ହୁଏ।

ରୋଗ ପ୍ରତିରୋଧକ ଶକ୍ତି କମ୍ ଯୋଗୁଁ ଘା' ଶୁଖେନାହିଁ।

ଥରେ ଅଲସର ହେଲେ ବାରମ୍ବାର ହେବାର ଆଶଙ୍କା ରହିଥାଏ।

ଫୁଟ୍ ଅଲସର ପାଦ ଆଙ୍ଗୁଠି ଓ ତଳିପାରେ ସାଧାରଣତଃ ହୋଇଥାଏ।

ପାଦକୁ ରକ୍ତ ସଂଚାଳନ ଠିକ୍‌ରେ ହେଉନଥିବାରୁ ପାଦ କଳା ପଡ଼ିଯାଏ।

ଘା' ନଶୁଖିଲେ ପ୍ଲାଷ୍ଟିକ ସର୍ଜରି ଆବଶ୍ୟକ ପଡ଼ିଥାଏ।

ଏଥିପାଇଁ ସଚେତନତା ଆବଶ୍ୟକତା ରହିଛି ବୋଲି ଡାକ୍ତର ମତ ରଖିଛନ୍ତି।

ଏସ୍‌ସିବି ନୂଆ କୋଠାକୁ ସର୍ଜରି ବିଭାଗ ଆସନ୍ତା ଜାନୁଆରିରେ ସ୍ଥାନାନ୍ତର ହେବାକୁ ଯାଉଥିବା ବେଳେ ସେଠାରେ ଡାଇବେଟିକ୍‌ କ୍ଲିନିକ ଖୋଲାଯିବ।

ଏହି କ୍ଲିନିକରେ ସ୍ବତନ୍ତ୍ର ଭାବେ ଫୁଟ୍ ଅଲସର ରୋଗୀଙ୍କୁ ସପ୍ତାହରେ ଗୋଟିଏ ଦିନ ଚିକିତ୍ସା କରାଯିବ।

US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା ଏସ୍‌ସିବି ମେଡିକାଲ୍ କଲେଜ ଶଲ୍ୟ ଚିକିତ୍ସା ବିଭାଗର ଆସୋସିଏଟ୍‌ ପ୍ରଫେସର ତଥା ଅତିରିକ୍ତ ଅଧୀକ୍ଷକ ଡାକ୍ତର ଜ୍ୟୋତିର୍ମୟ ନାୟକ କହିଛନ୍ତି ଯେ ଅନିୟନ୍ତ୍ରିତ ମଧୁମେହ ପାଇଁ ପାଦରେ ଅଲସର ହେଉଛି।

ପାଦରେ ଖଣ୍ଡିଆ ହେବା ମାତ୍ରକେ ଅଲସର ରୂପ ନେଉଛି।

ମଧୁମେହ ନିୟନ୍ତ୍ରଣ କରିବା ସହିତ ସ୍ବତନ୍ତ୍ର ଜୋତା ତା' ପାଇଁ ରହିଛି।

ଗୋଡ଼କୁ ମୁହଁ ଭଳି ଯତ୍ନ ନେବେ।

ରାତିରେ ଗୋଡ଼କୁ ସଫା କରି ଔଷଧ ଲଗାଇବେ।

ସୁଷମ ଖାଦ୍ୟ ଖାଇବେ।

ଗୁଟ୍‌କା, ପାନ, ବିଡ଼ି ଇତ୍ୟାଦି ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଡାକ୍ତର ନାୟକ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।