Unhygienic Paneer Production: ଅସ୍ୱାସ୍ଥ୍ୟକର ପରିବେଶରେ ଛେନା ପ୍ରସ୍ତୁତି ଘଟଣା, ଚଢ଼ାଉ ପରେ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ଛନକା

Aug 28, 2026 - 16:02
Unhygienic Paneer Production: ଅସ୍ୱାସ୍ଥ୍ୟକର ପରିବେଶରେ ଛେନା ପ୍ରସ୍ତୁତି ଘଟଣା, ଚଢ଼ାଉ ପରେ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ଛନକା

ଅସ୍ୱାସ୍ଥ୍ୟକର ପରିବେଶରେ ଛେନା ପ୍ରସ୍ତୁତି ନେଇ ଖବର ପ୍ରସାରଣର ତିନି ଦିନ ପରେ ତତ୍ପର ପ୍ରଶାସନ । ବାଲେଶ୍ୱର ସିମୁଳିଆ ଥାନା ଜାମୁଝାଡି ପଞ୍ଚାୟତର ବିଭିନ୍ନ ଛେନା ପ୍ରସ୍ତୁତି ସ୍ଥଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ । କିଛିଦିନ ତଳେ ଜାମୁଝାଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଛେନା ପ୍ରସ୍ତୁତ ହେଉଥିବା ନେଇ ଖବର ପ୍ରସାରଣ ହୋଇଥିଲା। 

ଏହାପରେ ଘଟଣାକୁ ଗୁରୁତ୍ୱ ଦେଇ ଖାଦ୍ୟ ସୁରକ୍ଷା ବିଭାଗ ମଇଦାନକୁ ଓହ୍ଲାଇଛି। ଚଢ଼ାଉ ସମୟରେ ବିଭିନ୍ନ ଛେନା ପ୍ରସ୍ତୁତି ସ୍ଥଳରେ ଯାଞ୍ଚ କରାଯାଇଥିଲା। ଜଣେ ଛେନା ବ୍ୟବସାୟୀଙ୍କ ନିକଟରୁ ଛେନାର ନମୁନା ସଂଗ୍ରହ କରାଯାଇ ଜବତ କରାଯାଇଛି। ଏଥିସହ ଦୀର୍ଘଦିନ ଧରି ରଖାଯାଇଥିବା ଛେନା ପାଣିକୁ ମଧ୍ୟ ନଷ୍ଟ କରାଯାଇଛି।

ବାଲେଶ୍ବରରେ ଅସ୍ୱାସ୍ଥ୍ୟକର ପରିବେଶରେ ଛେନା ପ୍ରସ୍ତୁତି ଘଟଣା
ଖବର ପ୍ରସାରଣର ତିନି ଦିନ ପରେ ତତ୍ପର ପ୍ରଶାସନ 
ଜାମୁଝାଡି ପଞ୍ଚାୟତର ବିଭିନ୍ନ ଛେନା ପ୍ରସ୍ତୁତି ସ୍ଥାନରେ ଚଢାଉ 
ଚଢ଼ାଉ ପରେ ଅସାଧୁ ଛେନା ବ୍ୟବସାୟୀଙ୍କ ମଧ୍ୟରେ ଛନକା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।